କୋଟିଏ ବର୍ଷ ପୂର୍ବେ ପୃଥିବୀକୁ ଆସିଥିଲା ବଡ଼ ପ୍ରଳୟ, ତା’ପରେ ମଣିଷ ବଦଳରେ ଜନ୍ମ ନେଇଥିଲା ଏହି ଜୀବ

ପୃଥିବୀରେ ବିଭିନ୍ନ ନୂଆ ନୂଆ ପ୍ରାକୃତିକ ବିପର୍ଯ୍ୟୟ ଆସୁଛି। ଯାହାକି ଅନେକ ଜୀବ ଜନ୍ତୁ ସହିତ ସମ୍ପଦ ମଧ୍ୟ ନଷ୍ଟ କରୁଛି।ତେବେ ବୈଜ୍ଞାନିକମାନେ ହିଁ ଏହି ବିପର୍ଯ୍ୟୟ ବିଷୟରେ ସମୟ ସମୟରେ ଚେତାବନୀ ଦିଅନ୍ତି। ପୃଥିବୀରେ ପାଞ୍ଚଥର ଏପରି ବିପର୍ଯ୍ୟୟ ଘଟିଛି ଯାହା ଅନେକ ଜୀବନକୁ ସମାପ୍ତ କରିଛି। ଏମିତିକି ୨୫ କୋଟି ବର୍ଷ ପୂର୍ବେ ପୃଥିବୀରେ ଏପରି ବିପର୍ଯ୍ୟୟ ଘଟିଥିଲା, ଯେଉଁଥିପାଇଁ ପୃଥିବୀର ପ୍ରାୟ ୯୦ ପ୍ରତିଶତ ଜୀବନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏହି ଘଟଣାକୁ ଏଣ୍ଡ ପରମିୟାନ୍ ବା ଗ୍ରେଟ୍ ଡାଇଙ୍ଗ କୁହାଯାଏ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବିପର୍ଯ୍ୟୟ ପରେ ପୃଥିବୀରେ ନାଟକୀୟ ଭାବରେ ଜୀବନ ପୁନର୍ବାର ଜନ୍ମ ହେଲା। ଏହି ସମୟ ମଧ୍ୟରେ ମଣିଷ ବଦଳରେ ଜନ୍ମ ହୋଇଥିଲେ ଭୟଂକର ପଶୁମାନେ, କିନ୍ତୁ ସେମାନେ ସେମାନଙ୍କର ପୂର୍ବଜଙ୍କ ଅପେକ୍ଷା ଦ୍ରୁତ ଥିଲେ। ଏକ ନୂତନ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ଇଂଲଣ୍ଡର ବ୍ରିଷ୍ଟଲ୍ ବିଶ୍ୱବିଦ୍ୟାଳୟର ନେତୃତ୍ୱରେ ପାଲିଓଣ୍ଟୋଲୋଜିଷ୍ଟଙ୍କ ଏକ ଦଳ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି।

ପାଲିଓଣ୍ଟୋଲୋଜିଷ୍ଟମାନଙ୍କର ଏକ ଦଳ ଜାଣିବାକୁ ପାଇଛନ୍ତି ଯେ ଗ୍ରେଟ୍ ଡାଇଙ୍ଗ ବା ମହା ପ୍ରଳୟ ପରେ ନୂଆ ଶିକାରକାରୀ ଜୀବ ଜନ୍ମ ହୋଇଥିଲେ। କୁମ୍ଭୀର ଓ ଏଣ୍ଡୁଅ ପ୍ରଜାତିର ଜୀବ ଜନ୍ମ ନେବା ପରେ, ଏମାନେ ଅତ୍ୟନ୍ତ ଦ୍ରୁତ ମଧ୍ୟ ହୋଇଗଲେ। ଏମିତିକି ଅନ୍ୟ ପଶୁମାନଙ୍କୁ ଏଡାଇବା କ୍ଷମତା ମଧ୍ୟ ସେମାନଙ୍କ ଭିତରେ ବିକଶିତ ହେଲା। ୨୦ ରୁ ୨୫ କୋଟି ବର୍ଷ ପୂର୍ବେ ସ୍ଥଳ ଏବଂ ଜଳରେ ଥିବା ପଶୁମାନେ ଅତ୍ୟନ୍ତ ଶକ୍ତିଶାଳୀ ଥିଲେ। ତାଙ୍କ ଶରୀରର ଗଠନ ହେତୁ ସେ ତୀକ୍ଷ୍ଣ ଥିଲେ। ନୂତନ ଅଧ୍ୟୟନର ମୁଖ୍ୟ ଲେଖକ ପ୍ରଫେସର ମାଇକେଲ ବେଣ୍ଟନ୍ ଏହି ପ୍ରାଣୀମାନଙ୍କ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି।

ପ୍ରଫେସର ମାଇକେଲ ବେଣ୍ଟନ୍ କହିଛନ୍ତି ଯେ ଏ ଜୀବମାନେ ଜଲଦି ବଢ଼ୁଥିଲେ। ସରୀସୃପମାନଙ୍କର ଥଣ୍ଡା ରକ୍ତ ଥାଏ ଯାହାର ଅର୍ଥ ହେଉଛି ସେମାନେ ନିଜ ଶରୀରରୁ ବହୁତ ଗରମ ରଖିବାକୁ ଚେଷ୍ଟା କରନ୍ତି। ଏହା ପରେ ସେମାନେ ମଧ୍ୟ ହିଂସ୍ର ହେବାକୁ ଲାଗିଲେ। ତେବେ ଏମାନେ ହିଁ ଥିଲେ ଡାଇନୋସୋର ଓ ତାଙ୍କ ପ୍ରଜାତିର ଜୀବ। ଯିଏକି ମହା ପ୍ରଳୟ ପରେ ପୃଥିବୀରେ ଜନ୍ମ ନେଇଥିଲେ।

ଏହି ପଶୁମାନଙ୍କର ଜନ୍ମ ସମୁଦ୍ରରେ ହୋଇଥିଲା। ଡକ୍ଟର ଫେକ୍ସିଆଙ୍ଗ ୱୁ କହିଛନ୍ତି ଯେ ମାଛ, କଙ୍କଡ଼ା, ଗ୍ୟାଷ୍ଟ୍ରୋପୋଡ ଏବଂ ଷ୍ଟାରଫିସରେ ଅନେକ ଶିକାର କରିବାର ଦକ୍ଷତା ମଧ୍ୟ ରହିଛି। ଯାହାକି ପ୍ରଥମେ ଥିଲା ଏମାନଙ୍କ ଶିକାର। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଡାଇନୋସୋର ମହାପ୍ରଳୟ ପରେ ହିଁ ପୃଥିବୀ ପୃଷ୍ଠରେ ଜନ୍ମ ହୋଇଥିଲେ। ଯେତେବେଳେ କି ମଣିଷ ଜନ୍ମ ନେବାରେ ଥିଲା। ହୁଏତ ଏମାନେ ବର୍ତ୍ତମାନ ଆଉ ନାହାଁନ୍ତି କିନ୍ତୁ ଅନେକ ସ୍ଥାନରେ ମିଳୁଛି ଏମାନଙ୍କ ଜୀବାଶ୍ମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.