ପୁଣି ଅଘଟଣ: ଭଦ୍ରକ ଭଳି କେନ୍ଦୁଝରରେ ବି ବିଜୁଳୀ ତାରରେ ଡିଜେ ଗାଡ଼ି ଲାଗି ଗଲା ଜଣଙ୍କ ଜୀବନ

କେନ୍ଦୁଝର(କେନ୍ଯୁଜ୍): ବିଜୁଳୀ ତାରରେ ଡିଜେ ଗାଡ଼ି ଲାଗି ଜଣେ ମୃତ। କେନ୍ଦୁଝର ଟାଉନ ଥାନା ଆଟୋପୋର ନିକଟରେ ପୁରୁଣା ବଜାର ପଟକୁ ଯାଉଥିବା ଏକ ବରଯାତ୍ରୀ ପ୍ରସେଶନର ଡିଜେ ଗାଡ଼ି କୌଣସି କାରଣରୁ ବିଜୁଳୀ ତାର ସଂସ୍ପର୍ଷରେ ଆସିଯାଇଥିଲା। ଫଳରେ ଡିଜେ ଗାଡିରେ ଥିବା ଜଣେ ଯୁବକ ବିଜୁଳୀ କରେଣ୍ଟ ଖାଇ ତଳେ ପଡ଼ି ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଯୁବକ ଜଣଙ୍କ ନିକଟସ୍ଥ ଜନାର୍ଦ୍ଦନପୁରର ବୋଲି ଜଣାପଡ଼ିଛି । ଖବର ପାଇ ଟାଉନ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.