NTPC ରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ଖାଲି ରହିଛି ଅନେକ ପଦ

ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ ଲିମିଟେଡ (NTPC )ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ୟପ୍ତି ପ୍ରକାଶ ପାଇଛି। ଇଛୁକ ଆବେଦନକାରୀ ନିଯୁକ୍ତି ଚାହୁଁଥିଲେ ଆସନ୍ତା ୩୧ ଜୁଲାଇ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ନିଯୁକ୍ତି ଇଂଜିନିୟର (ଇଲେକ୍ଟ୍ରିକାଲ, ମେକାନିକାଲ, ଇଲେକ୍ଟ୍ରୋନିକ୍ସ, ଇଷ୍ଟୁମେଂଟେସନ) ଏବଂ ଆସିଷ୍ଟାଣ୍ଟ କେମିଷ୍ଟ ପଦବୀରେ ପ୍ରକାଶ ପାଇଛି।

ଆବେଦନ ତାରିଖ:

ଅନଲାଇନ୍ ଆବେଦନର ପ୍ରାରମ୍ଭିକ ତାରିଖ: ୧୫ ଜୁନ୍ ୨୦୨୦

ଅନଲାଇନ୍ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୩୧ ଜୁଲାଇ ୨୦୨୦

ntpc2ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀଙ୍କ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁଯାୟୀ ଭିନ୍ନ ଭିନ୍ନ ନିର୍ଦ୍ଦାରିତ କରାଯାଇଛି।

ବୟସ ସୀମା:

ଆବେଦନକାରୀଙ୍କ ଅଧିକତମ ବୟସ ସୀମା ପଦବୀ ଅନୁଯାୟୀ ୩୦ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ପଦବୀ ନାମ ଏବଂ ପଦ ସଂଖ୍ୟା:

ଇଂଜିନିୟର (ଇଲେକ୍ଟ୍ରିକାଲ/ମେକାନିକାଲ୍/ଇଲେକ୍ଟ୍ରୋନିକ୍ସ/ଇଷ୍ଟୁମେଂଟେସନ): ୨୫୦ ପଦ

ଆସିଷ୍ଟାଣ୍ଟ କେମିଷ୍ଟ: ୨୫ ପଦ

ntpc3ଆବେଦନ ପ୍ରକ୍ରିୟା:

ଆବେଦନକାରୀ ସର୍ବ ପ୍ରଥମେ ନ୍ୟାସନାଲ ଥାର୍ମଲ ପାୱାର କର୍ପୋରେସନ ଲିମିଟେଡ (NTPC )ର ଅଧିକାରୀକ ୱେବସାଇଟ କିମ୍ବା ଜାରି କରାଯାଇଥିବା ନୋଟିଫିକେସନ୍ ଲିଙ୍କ୍ ଉପରେ କ୍ଲିକ୍ କରି ଡାଉନଲୋଡ୍ କରନ୍ତୁ। ଏହାପରେ ନିର୍ଦ୍ଦାରିତ କରାଯାଇଥିବା ସୂଚନା ସମ୍ପର୍କରେ ଅବଗତ ହୋଇ ଆବଦେନ ପ୍ରକ୍ରିୟା ପୂରଣ କରନ୍ତୁ। ଆବେଦନ ସମୟରେ ଯେପରି କୌଣସି ତ୍ରୁଟି ନରହେ ସେଥିପ୍ରତି ବିଶେଷ ଧ୍ୟାନ ରଖିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.