ରାଜ୍ଯରେ ୪୯୪ କରୋନା ପଜିଟିଭ୍ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ଯା ୧୫,୩୯୨କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ଯରେ ୪୯୪ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ରୁ ୩୨୨ଜଣ ଏବଂ ଲୋକାଲ୍ କେସରୁ ୧୭୨ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ଯା ୧୫,୩୯୨କୁ ବୃଦ୍ଧି ପାଇଛି । ୨୩ଟି ଜିଲ୍ଲାରୁ ଏହି ୪୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏମାନଙ୍କ ଭିତରେ ଅନୁଗୁଳରୁ ୧, ବାଲେଶ୍ବରରୁ ୨୧, ଭଦ୍ରକରୁ ୭,ବଲାଙ୍ଗିରରୁ ୩, ବୌଦ୍ଧରୁ ୨, କଟକରୁ ୩୮, ଗଞ୍ଜାମରୁ ୨୪୬,ଜଗତସିଂହପୁରରୁ ୧, ଯାଜପୁରରୁ ୧୫, କଳାହାଣ୍ଡିରୁ ୨, କେନ୍ଦ୍ରାପଡାରୁ ୧୧, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୬୪, କୋରାପୁଟରୁ ୪, ମାଲକାନଗିରିରୁ ୪, ମୟୁରଭଞ୍ଜରୁ ୧୪, ନବରଙ୍ଗପୁରରୁ ୪, ନୟାଗଡରୁ ୧୬, ନୂଆପଡା ୯, ପୁରୀରୁ ୭, ରାୟଗଡାରୁ ୧, ସମ୍ବଲପୁରରୁ ୪ ଏବଂ ସୁନ୍ଦରଗଡରୁ ୧୦ଜଣ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.