କେନ୍ଯୁଜ୍: କରୋନା ମହାମାରୀ ପାଇଁ ଅନେକ ଦିନ ଧରି ବନ୍ଦ ରହିଛି ସ୍କୁଲ, କଲେଜ ପାଠପଢା। ସୂଚନା ମୁତାବକ ଆସନ୍ତା ସେପ୍ଟେମ୍ବର ୯ରୁ ୧୫ ପର୍ଯ୍ଯନ୍ତ ହେବ ଓଜେଇ ପରୀକ୍ଷା କରାଯିବ। ଚଳିତ ବର୍ଷ ସିବିଟି ମୋଡରେ ପରୀକ୍ଷା ହେବ ବୋଲି ମଧ୍ୟ ଜଣାଯାଇଛି। ଏଥିପାଇଁ ଓଡ଼ିଶାର ୧୬ଟି ଜିଲ୍ଲାର ସରକାରୀ ପଲିଟେକନିକ ଓ ଆଇଟିଆଇ ଅଧ୍ୟକ୍ଷଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦେଶାଳୟ ପକ୍ଷରୁ ଚିଠି ହୋଇଛି।
ପରୀକ୍ଷା ପୂର୍ବରୁ ଓଜେଇ ଏବଂ ଟିସିଏସ୍ ଅଧିକାରୀମାନେ ବିଭିନ୍ନ କଲେଜ ବୁଲି ପରୀକ୍ଷା କେନ୍ଦ୍ର ଚୟନ କରିବେ ବୋଲି ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି।