ନିର୍ବାଚନ ପାଇଁ ସାଙ୍ଗର ପତ୍ନୀକୁ ଧାରରେ ନେଇଥିଲେ, ଏବେ ଆଉ ଫେରାଉନାହାନ୍ତି

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଖବର ଭାଇରଲ ହେଉଛି। ଏମିତି ଏକ ଭାଇରଲ ଖବର ଏବେ ଉତ୍ତର ପ୍ରଦେଶର ମୁରାଦାବାଦର କୁଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନେତା ହେବାକୁ ଏତେ ଇଚ୍ଛୁକ ଯେ କିଛି କରିବାକୁ ପ୍ରସ୍ତୁତ। ଆପଣ ଶୁଣିଥିବେ ନିର୍ବାଚନ ଜିତିବାକୁ ଲୋକେ ପାଣି ଭଳି ପଇସା ଖର୍ଚ୍ଚ କରନ୍ତି। କିନ୍ତୁ ସାଙ୍ଗର ପତ୍ନୀ ଉଦ୍ଧାର ନେବା କେବେ ଜାଣିଛନ୍ତି। କିନ୍ତୁ ଏହି ଘଟଣା ଦୁଇ ବର୍ଷ ତଳର ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ସୂଚନା ମୁତାବକ, ଜଣେ ବ୍ୟକ୍ତି ନଗର ପଞ୍ଚାୟତ ସିଟ ପାଇଁ ନିଜ ପତ୍ନୀଙ୍କୁ ନିର୍ବାଚନରେ ଛିଡା କରିବାକୁ ଚାହୁଁଥିଲେ। କିନ୍ତୁ ଏହି ସିଟ୍‌ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇଯାଇଥିଲା। ତେଣୁ ତାଙ୍କ ପ୍ଲାନ ସବୁ ବିଗଡିଯିବ ବୋଲି ନିଜର ବନ୍ଧୁଙ୍କ ପତ୍ନୀଙ୍କୁ ଉଧାର ମାଗି ଆଣିଥିଲେ। ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା, ସେହି ମହିଳା ମଧ୍ୟ ନଗର ପଞ୍ଚାୟତ ନିର୍ବାଚନ ଜିତି ଚେୟାରମ୍ୟାନ ହୋଇଥିଲେ। ନିର୍ବାଚନ ଜିତିବା ପରେ ବନ୍ଧୁ ଠାରୁ ଧାର ଆଣିଥିବା ପତ୍ନୀକୁ ଆଉ ଫେରାଇନଥିଲେ। ସେହି ମହିଳାଙ୍କ ଯୁବକ ଜଣକ ବିବାହ କରିଥିଲେ। ବନ୍ଧୁର ଏପରି କାର୍ଯ୍ୟରେ ବିରକ୍ତି ହୋଇ ମହିଳାଙ୍କ ପତି ପତ୍ନୀଙ୍କୁ ଫେରିପାଇବା ପାଇଁ ଏବେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

mamm

ମହିଳା ଜଣକ କୋର୍ଟକୁ କହିଛନ୍ତି, ତାଙ୍କ ସ୍ୱାମୀ ବନ୍ଧୁଙ୍କ ସହିତ ମିଶି ପାଟନରସିପରେ ଠିକାଦାର କାମ କରୁଥିଲେ। ଦୁହେଁ ପରସ୍ପର ଘରକୁ ଯିବା ଆସିବା ମଧ୍ୟ କରୁଥିଲେ। ୨୦୧୮ରେ ହୋଇଥିବା ନିର୍ବାଚନରେ ବନ୍ଧୁର ପତ୍ନୀକୁ ପଞ୍ଚାୟତ ଚେୟାରମ୍ୟାନ ପଦ ପାଇଁ ନିର୍ବାଚନ ଲଢିବାକୁ ଇଚ୍ଛା ରଖିଥିଲେ। କିନ୍ତୁ ସିଟ୍‌ ପଛୁଆ ବର୍ଗ ପାଇଁ ସଂରକ୍ଷିତ ହେଇଥିଲା। ତେଣୁ ନିଜ ପତ୍ନୀଙ୍କୁ ନିର୍ବାଚନରେ ଲଢିବା ପାଇଁ ସାଙ୍ଗକୁ କହିଥିଲେ। କେବଳ ସେତିକି ନୁହେଁ, ସାଙ୍ଗ ଯେହେତୁ ପଛୁଆ ବର୍ଗକୁ ଅନ୍ତର୍ଗତ କରୁଥିଲେ ତେଣୁ ସାଙ୍ଗର କଥାକୁ ମନା କରିପାରିନଥିଲେ। ନିର୍ବାଚନ ଲଢିବାକୁ ଇଚ୍ଛା ରଖିଥିବା ବ୍ୟକ୍ତି ଜଣକ ସାଙ୍ଗକୁ ନିଜର ପତ୍ନୀକୁ କୋର୍ଟରେ ବିବାହ କରାଇଥିଲେ। ଏବଂ ନିର୍ବାଚନ ସରିଲା ପରେ ପତ୍ନୀକୁ ଫେରାଇନେବେ ବୋଲି କହିଥିଲେ।

କିନ୍ତୁ ଏବେ ବନ୍ଧୁର ପତ୍ନୀଙ୍କୁ ବିବାହ କରିଥିବା ସାଙ୍ଗ ଆଉ ପତ୍ନୀ ଫେରାଇବାକୁ ରାଜି ନାହାନ୍ତି। ସେ କୋର୍ଟରେ ବିବାହ କରିଥିବା ବେଳେ ଛାଡପତ୍ର ଦେବାକୁ ଅରାଜି ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.