Below header

କରୋନା ଯୋଗୁ ସବୁ ଦେଶରେ ବିମାନ ସେବା ଠପ୍‌, ଜାଣନ୍ତୁ ଏବେ କେଉଁଠାରେ ପାର୍କିଂ ହୋଇଛି ଏତେ ସଂଖ୍ୟକ ପ୍ଲେନ୍‌

ବର୍ତ୍ତମାନ କରୋନା କାଳରେ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ଅଛି କହିଲେ ଚଳେ। ଏଭଳି ସ୍ଥିତିରେ କମର୍ସିଆଲ ଏୟାରଲାଇନ୍ସ ନିଜ ଏୟାରକ୍ରାଫ୍ଟକୁ ସହରଠାରୁ ବହୁ ଦୂରରେ ପାର୍କ କରିଛନ୍ତି। ଗତ ମାସରେ ଅଷ୍ଟ୍ରେଲିଆ ଏୟାରଲାଇନ୍ସ କାଣ୍ଟାସ୍‌ ନିଜ ଶେଷ ବୋଇଂ ୭୪୭ ପ୍ଲେନ୍‌କୁ ଗୁଡବାଏ କହିଛି। ଏହି ଏୟାରକ୍ରାଫ୍ଟ ସିଡ୍‌ନୀରୁ କାର୍ଲିଫର୍ଣ୍ଣିଆର ମୋଜାେଓ୍ଵ ମରୁଭୂମି ଆଡ଼କୁ ଶେଷ ଉଡ଼ାଣ ଭରିଛି। ଏହି ଏୟାରକ୍ରାଫ୍ଟକୁ ଅବସର ଦିଆଯାଇଛି।

air2

କରୋନା ମହାମାରୀ ଯୋଗୁ କମର୍ସିଆଲ ଏୟାରଲାଇନ୍‌ଗୁଡ଼ିକର ନାନା ସମସ୍ୟା ଦେଇ ଗତି କରୁଛନ୍ତି। ବିରାଟ ବିରାଟ ଉଡ଼ାଜାହାଜ ଗୁଡ଼ିକୁ ପାର୍କିଂ କରିବା ସମସ୍ୟା ଥିବାରୁ ଏହାକୁ ବହୁ ଦୂରରେ ମରୁଭୂମିରେ ପାର୍କିଂ କରାଯାଉଛି। ଏହି ସ୍ଥାନକୁ ଏୟାରଲାଇନ୍‌ ବୋନ୍‌ୟାର୍ଡସ୍‌ କୁହାଯାଏ। ଏଠାରେ ଦୀର୍ଘ ଦିନ ପାଇଁ ପ୍ଲେନ୍‌କୁ ପାର୍କ କରାଯାଏ। ପରେ ସେବାକୁ ଫେରାଇ ଅଣାଯାଏ କିମ୍ବା ଭାଙ୍ଗି ପାର୍ଟସ୍‌ଗୁଡ଼ିକୁ ବିକ୍ରି କରାଯାଏ। କମର୍ସିଆଲ ଏୟାରଲାଇନ୍‌ସକୁ ଏୟାରପୋର୍ଟ ବ୍ୟତୀତ କୌଣସି ଷ୍ଟୋରେଜ୍‌ ଫ୍ୟାସିଲିଟିରେ ପାର୍କ କରିବା ଶସ୍ତା ପଡ଼ିଥାଏ। ଏକ୍ସପର୍ଟଙ୍କ କହିବାନୁସାରେ ଏହି ଏୟାରକ୍ରାଫ୍ଟକୁ ମେନ୍‌ଟେନ୍‌ କରିବାକୁ ମାସକୁ ୫ ହଜାର ଡଲାର ଲାଗେ।

air

ତେବେ କରୋନା ସମୟରେ ପ୍ରଥମେ ନୁହେଁ ପୂର୍ବରୁ ମଧ୍ୟ ଏଭଳି ସମସ୍ୟା ଦେଖାଯାଇଥିଲା। ରିପୋର୍ଟ ମୁତାବକ ୧୧ ସେପ୍ଟେମ୍ବର ଆକ୍ରମଣ, ତା’ପରେ ୨୦୦୧ରେ ଖାଡ଼ି ଯୁଦ୍ଧ ବେଳେ ୧୩ ପ୍ରତିଶତରୁ ଊର୍ଦ୍ଧ୍ୱ କମର୍ସିଆଲ ଜେଟ୍ସଗୁଡ଼ିକର ଉଡ଼ାଣ ବନ୍ଦ କରି ଭୂମିରେ ରଖିବାକୁ ପଡ଼ିଥିଲା। ୨୦୦୮ରେ ଗ୍ଲୋବାଲ ଫାଇନାନ୍‌ସିଆଲ କ୍ରାଏସିସ୍‌ ପରେ ମଧ୍ୟ କିଛି ଦିନ ଉଡ଼ାଣ ବନ୍ଦ ଥିଲା। ଏହା ପରେ ୨୦୦୯ ମଝିରେ ୧୧ ପ୍ରତିଶତ କମର୍ସିଆଲ ଫ୍ଲାଇଟ୍‌କୁ ପାର୍କ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.