ଜାଣନ୍ତୁ ଭାରତ ବିଭାଜନ ସହ ଜଡିତ ୫ଟି ରୋଚକ କଥା ବିଷୟରେ

ଆଜକୁ ୭୩ ବର୍ଷ ତଳେ ଅଗଷ୍ଟ ୧୫ ମଧ୍ୟରାତ୍ରରେ ଭାରତ ସ୍ୱାଧୀନତା ଲାଭ କରିବା ଦେଶବାସୀଙ୍କ ପାଇଁ ଯେତିକି ଖୁସି ଆଣି ଦେଇଥିଲା ତାଠାରୁ ଅନେକ ଗୁଣା ଦୁଃଖିତ କରିଥିଲା ଦେଶ ବିଭାଜନ । ଭାରତ ଆକାଶରେ ଖୁସିର କିରଣ ପ୍ରକାଶ ପାଉପାଉ ପୁଣି ଥରେ ଯେମିତି କଳା ବାଦଲ ଛାଇ ଯାଇଥିଲା । ବ୍ରିଟିଶ ସରକାରଙ୍କ କ୍ରୁର ଚକ୍ରାନ୍ତ, ମୁସଲିମ ଲିଗ ଗଠନ, ଭାରତୀୟ ଜନତାଙ୍କ ମଧ୍ୟରେ ଦୃଢ଼ତା ଓ ସାମର୍ଥ୍ୟର ଅଭାବ, କଂଗ୍ରେସର ଦାୟିତ୍ୱହୀନତା ହିଁ ଦେଶ ବିଭାଜନ ପଛର ମୂଳ କାରଣ ବୋଲି ଧରାଯାଉଛି । ସେସମୟରେ କିଛି ଜଣ ଦେଶ ବିଭାଜନ ସପକ୍ଷରେ କେତେକ ତୀବ୍ର ବିରୋଧ କରିଥିଲେ । ଆଉ କେତେକ ତ ଧର୍ମ ଆଧାରାରେ ଦେଶ ବିଭାଜନକୁ ଜମା ବି ଗ୍ରହଣ କରି ପାରୁନଥିଲେ । କିନ୍ତୁ ଖୁବ କମ ଲୋକ ଭାରତ ବିଭାଜନ ଘଟଣା ସହ ଜଡିତ କେତେକ ରହସ୍ୟମୟ ଘଟଣା ବିଷୟରେ କିନ୍ତୁ ଜାଣିନଥିବେ । ଆସନ୍ତୁ ସେବିଷୟରେ ଆଜି ଆସନ୍ତୁ ଜାଣିବା

୧. ୧୯୪୭ ମସିହାର ଦେଶ ବିଭାଜନ ସମୟରେ ଭାରତରେ ଶ୍ରୀଲଙ୍କା, ମିଆଁମାର ଅଖଣ୍ଡ ଭାରତରେ ସାମିଲ ଥିଲେ ମଧ୍ୟ ଅଧିକାଂଶ ଲୋକ ଏହା ଜାଣିନଥିବେ ।

india partition

୨. ସେସମୟରେ ଭାରତ ବର୍ଷରେ ୬୬୨ଟି ଦେଶୀୟ ରାଜ୍ୟ ଥିବା ବେଳେ ଏହା ମଧ୍ୟରୁ ୫୬୫ଟି ରାଜଶାସନ ପ୍ରଚଳିତ ଥିଲା । ପରବର୍ତ୍ତୀ ସମୟରେ ସର୍ଦ୍ଦାର ବଲ୍ଲଭ ପଟେଲଙ୍କ ପ୍ରଚେଷ୍ଟାରେ ୫୫୨ଟି ରାଜ୍ୟ ସ୍ୱଇଚ୍ଛାରେ ଭାରତରେ ସାମିଲ ହୋଇଥିଲେ । ଯେବେକି ବାକି ୧୧୦
ରୁ ୧୦୫ରାଜ୍ୟ ପାକିସ୍ତାନରେ ସାମିଲ ହୋଇଥିବା ବେଳେ ଜୁନାଗଡ, ହାଇଦରାବାଦ, କାଶ୍ମୀର, ଟ୍ରାଭେଙ୍କର, ଭୋପାଳ ପରି ୫
ଟି ରାଜ୍ୟ କୌଣସିଟିରେ ନ ମିଶି ସ୍ୱତନ୍ତ୍ର ଭାବେ ରହିବାକୁ ଚେଷ୍ଟା କରିଥିଲେ ।

୩. ଭାରତ ବିଭାଜନ ପଛରେ ମାଉନ୍ଟ ବ୍ୟାଟେନ ପ୍ଲାନ ବା ଯାହାକୁ ଜୁନ ୩ ପ୍ଲାନ ଆଧାରରେ ଭାରତୀୟ ସ୍ୱତନ୍ତ୍ରତା ଅଧିନିୟମ ୧୯୪୭ ଆଧ୍ହାରରେ ହିଁ କରାଯାଇଥିଲା । ଏହି ଅଧି ନିୟମରେ ଦଶହଜାଇଥିଲାକି ଯଦି ୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ଓ ପାକିସ୍ତାନ ନାମକ ଦୁଇଟି ରାଜ୍ୟ ଗଠନ କରାଯାଏ ତେବେ ସେଗୁଡିକୁ ବ୍ରିଟିଶ ସରକାର ଦାୟିତ୍ୱ ସମର୍ପଣ କରିଦେବେ ।

india partition

୪. କିନ୍ତୁ ସେ ସମୟରେ ଜାମୁ କାଶ୍ମୀର କ୍ଷେତ୍ରରେ ଏକ ଅଜବ ବିଡମ୍ବନା ଘଟିଥିଲା । ସେଠାକାର ଜନସାଧାରଣ ଭାରତୀୟ ସଂଘରେ ସାମିଲ ହେବାକୁ ଚାହୁଁଥିବା ବେଳେ କିନ୍ତୁ ସେଠାକାର ରାଜା ନିଜର ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବା ଲକ୍ଷରେ ଥିଲେ । କିନ୍ତୁ ପରବର୍ତ୍ତୀ ମାଉନ୍ଟ ବ୍ୟାଟେନଙ୍କ ଚକ୍ରାନ୍ତରେ ଏହି ମାମଲାକୁ ଜାତିସଂଘକୁ ନିଆଯାଇଥିଲା ।

୫. ଗୋଟେ ପଟରେ ଅଖଣ୍ଡ ଭାରତ ବିଭାଜନକୁ ଭାରତୀୟ ରାଷ୍ଟ୍ର ନେତା ମାନେ ସହଜରେ ଗ୍ରହଣ କରି ପାରି ନଥିବା ବେଳେ ଅନ୍ୟପକ୍ଷରେ ମହମ୍ମଦ ଅଲ୍ଲୀ ଜିଁହା ଓ ବ୍ରିଟିଶ ସରକାରଙ୍କ ଏକ ମାତ୍ର ଜିଦି ଥିଲା କି ଭାରତ ବିଭାଜିତ ହେଉ । ନିଜର ସ୍ୱାର୍ଥ ପାଇଁ ଇଂରେଜ ମାନେ ଯୋଜନାବଦ୍ଧ ଭାବେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି କରିଥିଲେ । ମୁସଲମାନ ଲିଗ ଜରିଆରେ ସ୍ୱତନ୍ତ୍ର ପାକିସ୍ତାନ ଗଠନ ନେଇ ଦାବି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.