Below header

ଆଉ ମାତ୍ର ୨ ଦିନ, ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲରେ ୫୦୦୦ ରିହାତିରେ ପାଇବେ ଏହି ଦମଦାର ମୋବାଇଲ୍

OnePlus୬ କୁ ଚଳିତ ବର୍ଷ ମେ’ ରେ ଲଂଚ କରାଯାଇଥିଲା ଏବଂ ପ୍ରଥମ ଥର ପାଇଁ ଭାରତରେ ଏହା ଅସ୍ଥାୟୀ ମୂଲ୍ୟର ରିହାତିରେ ମିଳୁଛି। ଆମାଜନ ଘୋଷଣା କରିଛି ଯେ OnePlus୬ ୩୪,୯୯୯ ଟଙ୍କାରେ ଉପଲବ୍ଧ ହେବ। ଅକ୍ଟୋବର ୧୦ରୁ ଆରମ୍ଭ ହେଉଥିବା ଆମାଜନ ଗ୍ରେଟ ଇଣ୍ଡିଆନ ଫେସଟିଭାଲରେ ଆମାଜନ ପ୍ରାଇମ ମେମ୍ବରଙ୍କୁ ୫୦୦୦ ରିହାତିରେ ମିଳିବ OnePlus୬ । ଆମାଜନ ପ୍ରାଇମ ମେମ୍ବରର୍ସ ମାନେ ଅକ୍ଟୋବର ୯ରେ ଏହି ସୁବିଧା ମଧ୍ୟାହ୍ନ ୧୨ଟାରେ ଡିଲ କରିପାରିବେ। ଏହା ୬ ଜିବି ରାମ୍ ଏବଂ ୬୪ ଜିବି ଷ୍ଟୋରେଜ ବିଶିଷ୍ଟ। ଏହାର ଅରିଜିନାଲ ପ୍ରାଇସ ୩୪,୯୯୯ କିନ୍ତୁ ଏହା ପାଞ୍ଚ ଦିନ ପାଇଁ ଆମାଜନ ପ୍ରାଇମ ମେମ୍ବରର୍ସଙ୍କୁ ମାତ୍ର ୨୯,୯୯୯ ଟଙ୍କାର ରିହାତି ମିଳିବ।

ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲରେ ୱାନପ୍ଲସ୬ ୮ ଜିବି ରାମ୍ ଏବଂ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ବିଶିଷ୍ଟ ଫୋନ ୩୪,୯୯୯ରେ ମିଳିବ ଯେଉଁଠି ଏହାର ଅରିଜିନାଲ ପ୍ରାଇସ ରହିଛି ୩୯,୯୯୯ ଟଙ୍କା। ସେହିପରି OnePlus୬ ୮ ଜିବି ଏବଂ ୨୫୬ ଇଣ୍ଟରନାଲ ବିଶିଷ୍ଟ ଫୋନ ୩୮,୯୯୯ ଟଙ୍କାରେ ମିଳିବ ଯାହାର ଅରିଜିନାଲ ପ୍ରାଇସ ୪୩,୯୯୯ ଟଙ୍କା ରହିଛି। ଆମାଜନର ଏହି ସେଲରେ ଅନ୍ୟ ସୁବିଧା ଏସବିଆଇ କ୍ରେଡିଟ କାର୍ଡ ଧାରୀ ଏବଂ ଡେବିଟ କାର୍ଡ ଧାରୀଙ୍କ ପାଇଁ ୧୦% ରିହାତି ରହିଛି। ଏହା ଛଡା ଆମାଜନ ପେ କ୍ୟାସବ୍ୟାକ୍ ମଧ୍ୟ ଉପଲବ୍ଧ।

one plus six

ଏହା ସହ ପଢ଼ନ୍ତୁ : ସାଓମି ଭାରତରେ ଲଞ୍ଚ କଲା ତିନିଟି ଦମଦାର ଟିଭି, ଜାଣନ୍ତୁ କେତେ ରହିଛି ମୂଲ୍ଯ

ଚାଇନାର ସ୍ମାର୍ଟଫୋନ ନିର୍ମାତା ନିଜର ଉପକରଣ ଉପରେ ରିହାତି ଦେବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ଏମାନେ କ୍ୟାସବ୍ୟାକ୍ ଏବଂ ଆଡିସନାଲ ଡିସକାଉଣ୍ଟରେ ରିହାତି ଦେଇଥାନ୍ତି। କିନ୍ତୁ ପ୍ରାଇସ ଟ୍ୟାଗରେ ରିହାତି ଦିଅନ୍ତି ନାହିଁ। ପୋକେ ଏଫ୧କୁ OnePlus୬ ର ପ୍ରତିଯୋଗୀ ବୋଲି କୁହାଯାଉଥିଲା। OnePlus୬ ଭାରତରେ ଏହାର ଅସ୍ଥିତ୍ବ ପାଇଁ ପୁର୍ନବିଚାର କରିବାକୁ ପଡିପାରିଥାନ୍ତା।

OnePlus୬ ୨୯,୯୯୯ ଟଙ୍କାର ଏକ ବଡ ଡିଲ ଅଟେ। ଅଫରେ ୱାନପ୍ଲସ୬ ମଧ୍ୟ ରହିଛି, ଯେଉଁଥିରେ ରହିଛି ସ୍କ୍ରୀନ ଅନଲକ୍ ଫିଚର, ୱାଟରଡ୍ରପ ସେପଡ୍ ନଚ୍ ଏବଂ ୩,୭୦୦ ଏମଏଏଚ ବ୍ୟାଟେରୀ ରହିଛି। ଏହା ୧୭ ଅକ୍ଟୋବରେ ଲଂଚ ହେବାର ଅଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.