Below header

ଲଗାମ ଛଡା ପେଟ୍ରୋଲ-ଡିଜେଲ ଦର, ଲଗାତାର ୧୧ ଦିନରେ ମଧ୍ୟ ବୃଦ୍ଧି ପାଇଲା

କରୋନା ସଙ୍କଟରେ ମଧ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର। ଦେଶରେ କ୍ରମାଗତ ୧୧ ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ଗତ ଦଶଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ୫୪ ପଇସା ଓ ଡିଜେଲ ଦର ୫ ଟଙ୍କା ୭୧ ପଇସା ମହଙ୍ଗା ହୋଇଗଲାଣି। ଗତ ୧୪ ତାରିଖରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୬୨ ପଇସା ଓ ଡିଜେଲ ଦର ୬୪ ପଇସା ବୃଦ୍ଧି ଘଟିଥିଲା।

ଆଜି ଭୁବନେଶ୍ବରରେ ପେଟ୍ରୋଲ ଦର ୪୭ ପଇସା ଏବଂ ଡିଜେଲ ଦର ୫୬ ପଇସା ବଢ଼ିଛି। ଏଥିଯୋଗୁଁ ଲିଟର ପିଛା ପେଟ୍ରୋଲ ଦର ୭୭ ଟଙ୍କା ଟପି ୭୭ ଟଙ୍କା ୨୬ ପଇସାରେ ପହଞ୍ଚିଥିବାବେଳେ ଡିଜେଲ ଦର ୭୩ ଟଙ୍କା ଟପି ୭୩ ଟଙ୍କା ୪୪ ପଇସା ଛୁଇଁଛି। ସେହିଦିନ ଭୁବନେଶ୍ବରରେ ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୬୩ ପଇସା ଲେଖାଏଁ ବଢ଼ିଥିଲା।

petrol

କିନ୍ତୁ ଆଜି ଦିଲ୍ଲୀରେ ଡିଜେଲ ଦରର ଦୈନିକ ବୃଦ୍ଧି ଗତ ୧୪ ତାରିଖର ରେକର୍ଡକୁ ଭାଙ୍ଗି ଦେଇଛି। ଆଜି ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୯୩ ପଇସା ବୃଦ୍ଧି ଘଟିଛି। ଗତକାଲି ଡିଜେଲ ଦର ଦିଲ୍ଲୀରେ ୭୪ ଟଙ୍କା ୨୬ ପଇସା ଥିବାବେଳେ ଆଜି ଏହା ୭୫ ଟଙ୍କା ୧୯ ପଇସାରେ ପହଞ୍ଚିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.