ନୋକିଆ ଲଞ୍ଚ କଲା ଫିଚର ଫୋନ Nokia 5310, ଥରେ ଚାର୍ଜ କଲେ ଚାଲିବ ୨୨ ଦିନ

ନୋକିଆ ସ୍ମାର୍ଟଫୋନ ଯୁଗରେ Nokia 5310 ପୁରୁଣା ଫିଚର ଫୋନକୁ ଲଞ୍ଚ କରିଛି। Nokia 5310 କୁ ଏଚଏମଡି ଗ୍ଲୋବାଲ୍ ମାର୍କେଟକୁ ଆଣିଛି । ଏହି ଫୋନ୍ ଅଗଷ୍ଟ, ୨୦୦୭ ରେ ଲଞ୍ଚ୍ ହୋଇଥିବା 5310 XpressMusicର ରିଫ୍ରେଶ୍ଡ ଭର୍ସନ । ଏଥିରେ ବ୍ୟାଟେରୀ ବ୍ୟାକଅପ୍ ଓ ଡ୍ୟୁଆଲ୍ ସ୍ପିକର । ଗ୍ରାହକ ଏହାକୁ ଥରେ ମାତ୍ର ଚାର୍ଜ କଲେ ୨୨ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ବ୍ୟାକ୍‌ଅପ୍‌ ମିଳିବ। ଏହା ସହିତ ନୋକିଆ ଏଥିରେ ଡେଡିକେଟେଡ୍ ମ୍ୟୁଜିକ୍-କିଜ୍ ଓ ଡୁଆଲ୍ ସ୍ପିକର ମଧ୍ଯ ଦେଇଛି । ଫୋନର ରିୟର ପ୍ୟାନେଲରେ ଏଲଇଡି ଫ୍ଲାଶ୍ ସହିତ କ୍ୟାମେରା ସେନ୍ସର ମଧ୍ୟ ଦିଆଯାଇଛି ।

Capture

ନୂଆ Nokia 5310 ଦାମ୍ ଭାରତରେ ୩୩୯୯ ଟଙ୍କା ରଖାଯାଇଛି । ଏହି ଫୋନକୁ ବ୍ଲାକ୍ ଓ ରେଡ୍ ଓ ହ୍ଲାଇଟ୍ କଲର କମ୍ବିନେସନରେ କିଣିପାରିବେ । ଏହାର୍ ସେଲ୍ ୨୩ ଜୁନରୁ ଆମାଜନରେ ଆରମ୍ଭ ହେବ । ଏହି ଡିଭାଇରସକୁ ନୋକିଆ ଇଣ୍ଡିଆ ଅନଲାଇନ୍ ଷ୍ଟୋରରୁ ମଧ୍ୟ ଅର୍ଡର କରିହେବ । ଫୋନର ପ୍ରି ବୁକିଂ ନୋକିଆ ଅନଲାଇନ୍ ଷ୍ଟୋରରେ ଆରମ୍ଭ ହୋଇଯାଇଛି । ଅନଲାଇନ୍ ରିଟେଲର୍ସ ଏହି ଡିଭାଇସର ସେଲ୍ ୨୨ ଜୁଲାଇରୁ ଆରମ୍ଭ କରିବେ ।

ଫିଚର୍ସ ଏବଂ ସ୍ପେସିଫିକେସନ :

ଏଥିରେ ପ୍ରି ଲୋଡେଡ୍ ଇଣ୍ଟରନେଟ୍ ବ୍ରାଉଜର ମଧ୍ୟ ଦିଆଯାଇଛି । ଏହା ବ୍ୟତୀତ ମୋବାଇଲରେ MP3 ପ୍ଲେୟର ଓ ଏଫ୍ଏମ ରେଡିଓ ମଧ୍ୟ ଦିଆଯାଇଛି । ଏହି ଫିଚର ଫୋନରେ MT6260A ପ୍ରୋସେସର ଦିଆଯାଇଛି ଏବଂ ଏଥିରେ ୩୨ ଜିବି ମାଇକ୍ରୋ ଏସଡି କାର୍ଡ ସପୋର୍ଟ କରିବ । ନୋକିଆ ୫୩୧୦ ୨ ଫ୍ରଣ୍ଟ ସ୍ପିକର ସହିତ ଡୁଆଲ ସିମ୍ ମଧ୍ୟ ରହିଛି । ଏହି ଫୋନରେ ୨.୪ ଇଞ୍ଚ QVGA ସ୍କ୍ରିନ୍, ୮ ଜିବି ରାମ୍ ଓ MT6260A ଚିପସେଟ୍ ରହିଛି । ନୋକିଆ ୫୩୧୦ରେ ୧୨୦୦ mAh ବ୍ୟାଟେରୀ ଓ ରିୟରରେ ଭିଜିଏ କ୍ୟାମେରା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.