Below header

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆଜି କେତେ ରହିଛି ଲିଟର ପିଛା ମୂଲ୍ୟ

ପୁଣି ବଢ଼ିଲା ଅଶୌଧିତ ତୈଳ ଦର । ଲଗାତାର ୧୪ ଦିନ ପାଇଁ ଭାରତୀୟ ବଜାରରେ ଦେଶର ବରିଷ୍ଠ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ- ଡ଼ିଜେଲ ଦରରେ ବୃଦ୍ଧି ଘଟାଇଛନ୍ତି । ଶନିବାର ଅର୍ଥାତ ଆଜି ସକାଳ ସୁଧା ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୫୧ ପଇସା ବଢି ଲିଟର ପ୍ରତି ୭୮.୮୮ ଟଙ୍କାରେ ପହଞ୍ଚିଛି । ଯେବେକି ଡିଜେଲ ମୂଲ୍ୟ ବି ୬୧ ପଇସା ବୃଦ୍ଧି ପାଇ ୭୭.୬୭ ଟଙ୍କାରେ ସ୍ଥିର ରହିଥିବା ଜଣାଯାଇଛି । ଏହା ପୂର୍ବରୁ ଶୁକ୍ରବାର ବି ତୈଳ ଦରରେ ବୃଦ୍ଧି ଘଟିଥିଲା । ଖବର ଅନୁଯାୟୀ, ଶୁକ୍ରବାର ପେଟ୍ରୋଲ ଦର ୫୬ ଟଙ୍କା ବଢି ୭୮.୩୭ ଟଙ୍କାରେ ସ୍ଥିର ରହିଥିଲା । ଯେବେକି ଡିଜେଲ ଦରରେ ବି ୬୩ ଟଙ୍କା ବୃଦ୍ଧି ଘଟି ୭୭.୦୬ ଟଙ୍କାରେ ପହଞ୍ଚିଥିଲା ।

petrol price

କହିରଖିବା ଉଚିତ ହେବକି, ପ୍ରତିଦିନ ସକାଳ ୬ଟା ସମୟରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଘଟିଥାଏ । ଏହା ପରଠୁ ହିଁ ନୂଆ ଦର ଲାଗୁ ହୋଇଥାଏ । ଏହି ଅଶୌଧିତ ତୈଳ ଗୁଡିକର ଦାମରେ ଏକ୍ସାଇଜ ଡ୍ୟୁଟି, ଡିଟେଲ କମିଶନ ଓ ଅନ୍ୟାନ ଟ୍ୟାକ୍ସ ଆଦି ଲାଗିବା ପରେ ଏହାର ଦାମ ପାଖାପାଖି ଦୁଇଗୁଣା ବଢି ଯାଇଥାଏ ।

ବିଦେଶୀ ମୁଦ୍ରା ଦର ସମେତ ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ଼ ଅଏଲ କିମ୍ବା ଅଶୌଧିତ ତୈଳ ଦରର ମୂଲ୍ୟ ଯାହା ରହିଥାଏ, ଏହି ଆଧାରରେ ହିଁ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଆସିଥାଏ । ଏହି ମାନକ ଗୁଡିକର ଆଧାରରେ ହିଁ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ ଓ ଡିଜେଲ ରେଟ ସ୍ଥିର କରିଥାନ୍ତି । ଏହାପରେ ଡିଲର ମାନେ ନିଜ ଲାଭ ରଖି ହିଁ ଗ୍ରାହକ ମାନଙ୍କୁ ବିକ୍ରି କରିଥାନ୍ତି । କହିରଖିବା ଉଚିତ ହେବକି , ଦେଶରେ ପେଟ୍ରୋଲ – ଡିଜେଲ ରେଟରେ ଲାଗୁଥିବା ଟ୍ୟାକ୍ସ ପରିମାଣ ୬୯ ପ୍ରତିଶତ ହୋଇଯାଇଛି । ଯେବେକି ପୂର୍ବ ବର୍ଷ ଭାରତୀୟ ବଜାରରେ ଟ୍ୟାକ୍ସ ପରିମାଣ ୫୦ ପ୍ରତିଶତ ହିଁ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.