ଆଜି ଓ ଆସନ୍ତାକାଲି ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍‌ କଟକଣା ଲାଗୁ, ଚାଲିଛି କଡାକଡି ଚେକିଂ

ଭୁବନେଶ୍ବର: ଆଜିଠୁ ପୁଣି ରାଜ୍ୟର ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍‌ କଟକଣା ଲାଗୁ। କରୋନାର ମୁକାବିଲା ଲାଗି ଗତ ଦୁଇ ସପ୍ତାହ ଧରି କଟକଣା କାର୍ଯ୍ଯକାରୀ କରାଯାଉଛି । ଚଳିତ ମାସର ଏହା ହେଉଛି ତୃତୀୟ ସପ୍ତାହ । ତେଣୁ ଆଜି ଓ ଆସନ୍ତାକାଲି କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଗଞ୍ଜାମ, ନୟାଗଡ଼, ବଲାଙ୍ଗିର, ଯାଜପୁର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଜିଲ୍ଲା ବନ୍ଦ ରହିବ ।

ଏହି ସମସ୍ତ ଜିଲ୍ଲାରେ ଦେକାନବଜାର ବନ୍ଦ ରହିବା ସହ ଅଧିକାଂଶ ସ୍ଥାନରେ ଚେକିଂକୁ କଡ଼ାକଡ଼ି କରାଯାଇଛି। କେବଳ ଜରୁରୀ କାମ ଥିଲେ ଲୋକେ ଘରୁ ବାହାରୁଥିବା ଜଣାଯାଇଛି। ରାଜଧାନୀ ଭୁବନେଶ୍ବରରେ ଚେକିଂକୁ ଅଧିକ କଡ଼ାକଡ଼ି କରାଯାଇଛି। ଏଠାରେ ବିନା କାମରେ ବାହାରୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.