କିଏ ଛାଡି ପଳାଇଲା ଦେଢ କୋଟି ଟଙ୍କାର ସୁନା ! ଏତେ ଦିନ ପରେ କେହି ଆସିନାହାନ୍ତି ଖୋଜିବାକୁ

ଟ୍ରେନରେ ପ୍ରାୟତଃ ଲୋକମାନେ ନିଜର ଜିନିଷ ନେବାକୁ ଭୁଲି ଯାଇଥାନ୍ତି। ଆପଣ ମଧ୍ଯ କେବେ ଏଭଳି ସମସ୍ଯାର ସାମ୍ନା କରିଥିବେ। କେବେ କେବେ ତ ଟ୍ରେନରୁ ବାହାରିବା ପରେ ଭିତରେ ଜିନିଷ ଛାଡି ଆସିଥିବା କଥା ମନେପଡିଥାଏ। ଏସବୁ ମଧ୍ଯରେ କେତେବେଳେ ଜିନିଷ ମିଳିଯାଇଥାଏ କିନ୍ତୁ ଅନେକ ଥର ଚୋରି ମଧ୍ଯ ହୋଇଯାଇଥାଏ।

gold2ଏଭଳି ଏକ ଘଟଣା ସ୍ବିଜରଲ୍ଯାଣ୍ଡର ଉତ୍ତରରେ ଥିବା ସେଂଟ ଗେଲେନ ସହରରୁ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଟ୍ରେନରେ ଜିନିଷ ଭୁଲିଯାଇଥିବା ବ୍ଯକ୍ତି ଜଣକ ଏମିତି ସେମିତି ଜିନିଷ ଛାଡିଯାଇନାହାନ୍ତି ବରଂ ସେ ସୁନାର ବିସ୍କୁଟ ଟ୍ରେନ୍ ରେ ଛାଡି ଯାଇଛନ୍ତି। ସୂଚନା ମୁତାବକ ଏହି ସୁନାର ମୂଲ୍ଯ ପାଖାପାଖି ଦେଡ କୋଟି ଟଙ୍କା ହେବ। ପ୍ରଶାସନ କହିବାନୁଯାୟୀ ଏହି ସୁନାର ବିସ୍କୁଟ ଯାହାର, ସେ ଆସି ନେଇଯାଆନ୍ତୁ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ଯର କଥା ହେଉଛି ବର୍ତ୍ତମାନ ପର୍ଯ୍ଯନ୍ତ ସେହି ସୁନାର ବିସ୍କୁଟକୁ ଆଣିବା ପାଇଁ କୌଣସି ବ୍ଯକ୍ତି ଯାଇନାହାନ୍ତି।

gold3ସୂଚନାଯୋଗ୍ଯ ସ୍ବିଜରଲ୍ଯାଣ୍ଡର ଉତ୍ତରରେ ଥିବା ସେଂଟ ଗେଲେନରେ ଏକ ଟ୍ରେନରେ ରେଲୱେ ଅଧିକାରୀଙ୍କୁ ୧ ଲକ୍ଷ ୯୧ ହଜାର ଡଲାର ଅର୍ଥାତ ଦେଢ କୋଟି ଟଙ୍କାର ସୁନା ବିସ୍କୁଟ ମିଳିଥିଲା। ଏହି ଘଟଣା ଗତ ବର୍ଷ ଅକ୍ଟୋବରରେ ଘଟିଥିବା ବେଳେ ବର୍ତ୍ତମାନ ଏହା ସାମ୍ନାକୁ ଆସିଛି। ଏନେଇ ସ୍ବିଜରଲ୍ଯାଣ୍ଡର ଜଣେ ଅଧିକାରୀ ଘୋଷଣା କରିଛନ୍ତି, ଏହି ସୁନାର ବିସ୍କୁଟ ଯାହାର, ସେ ଆସି ଏହାକୁ ନେଇଯାଆନ୍ତୁ। ଏଥିସହ ଏହି ଜିନିଷକୁ ନେବା ପାଇଁ ସମୟସୀମା ମଧ୍ଯ ଧାର୍ଯ୍ଯ କରାଯାଇଛି। ଏହାକୁ ପୂର୍ନବାର ଫେରାଇ ନେବା ପାଇଁ ବ୍ଯକ୍ତିଙ୍କୁ କେବଳ ୫ ବର୍ଷ ପର୍ଯ୍ଯନ୍ତ ସମୟ ଦିଆଯାଇଛି। ଯଦି ସେ ୫ ବର୍ଷ ଭିତରେ ନନିଅନ୍ତି ତେବେ ପରେ ଏହି ଜିନିଷ ଉପରେ ସେହି ବ୍ଯକ୍ତିଙ୍କର ନିଜସ୍ବ ଶେଷ ହୋଇଯିବ ବୋଲି ସ୍ଥିର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.