ଜୁଲାଇ ୩୧ ପୂର୍ବରୁ କରିଦିଅନ୍ତୁ e-KYC, ନଚେତ ପିଏମ କିଷାନ ନିଧି ଯୋଜନାର ମିଳିବନି ଲାଭ

ପିଏମ୍ କିଷାନ୍ ଯୋଜନାରେ ଥିବା ଚାଷୀଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଷାନ୍ ଯୋଜନାର ୧୧ ତମ କିସ୍ତି ୩୧ ମଇକୁ ଟ୍ରାନ୍ସଫର କରିଥିଲେ। ଏବେ ଚାଷୀ ୧୨ତମ କିସ୍ତି ଖାତାକୁ ଆସିବା ପାଇଁ ଚାହିଁ ରହିଛନ୍ତି। ତେବେ ୧୨ ତମ କିସ୍ତି କେବେ ଆସିବ, ତାହାକୁ ନେଇ ଖବର ଆସିଛି।

ସରକାର ବର୍ଷକୁ ୬ ହଜାର ଟଙ୍କାକୁ ତିନିଟି କିସ୍ତିରେ ଚାଷୀଙ୍କୁ ଦେଇଥାନ୍ତି। ପ୍ରଥମ କିସ୍ତି ଏପ୍ରିଲରୁ ଜୁଲାଇ ମଧ୍ୟରେ ଦ୍ୱିତୀୟ କିସ୍ତି ୧ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଏବଂ ତୃତୀୟ କିସ୍ତି ପଇସା ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ। ପୂର୍ବରୁ ୧୧ ତମ କିସ୍ତି ୩୧ ମଇକୁ ଆସିସାରିଛି। ତେବେ ୧୨ ତମ କିସ୍ତି ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ଆସିପାରେ ବୋଲି ଆଶା କରାଯାଇଛି।

ଏହାକୁ ନେଇ e-KYC କରିବାର ଶେଷ ତାରିଖ ବଢାଇ ୩୧ ଜୁଲାଇକୁ କରିଦିଆଯାଇଛି। ୩୧ ଜୁଲାଇ ପରେ ଆଉ e-KYC ର ତାରିଖକୁ ଆଗକୁ ବଢାଯିବ ନାହିଁ। ତେବେ ୩୧ ଜୁଲାଇ ପର୍ଯ୍ୟନ୍ତ ଯେଉଁମାନେ e-KYC କରିଛନ୍ତି ସେମାନଙ୍କୁ ଭବିଷ୍ୟତରେ ପିଏମ କିଷାନ ନିଧିର ଫାଇଦା ମିଳିବ। ଯଦି ଆପଣ e-KYC କରିନାହାନ୍ତି ତେବେ ତୁରନ୍ତ କରିନିଅନ୍ତୁ ।

କେମିତି କରିବେ e-KYC :

ଏହାକୁ କରିବା ପାଇଁ ପ୍ରଥମେ ପିଏମ କିଷାନ ଯୋଜନାର େଓ୍ଵବସାଇଟ୍‌pmkisan.gov.in କୁ ଯାଆନ୍ତୁ।

ଏଠାରେ ଫର୍ମର କର୍ନରରେ ଥିବା .. ଟାବ୍‌ ଉପରେ କ୍ଲିକ କରନ୍ତୁ

ନୂଆ େଓ୍ଵବ ପେଜ ଖୋଲିବା ପରେ  ନିଜର ଆଧାର ଦେଇ ସର୍ଚ୍ଚ ଟାବ୍‌ ଉପରେ କ୍ଲିକ କରନ୍ତୁ।

ଆପଣଙ୍କ ରେଜିଷ୍ଟ୍ରରେଟ ମୋବାଇଲ ନମ୍ବରରେ ଓଟିପି ଆସିବ।

ଏହି ଓଟିପି ଦେବା ପରେ ସବମିଟ୍‌ କରିବା ପରେ କ୍ଲିକ କରନ୍ତୁ।

ଆଧାର ରେଜିଷ୍ଟ୍ରରେଟ ମୋବାଇଲ ଓଟିପି ଦେବା ପରେ ଆପଣଙ୍କ e-KYC ହୋଇଯିବ।

ଏମିତି ଚେକ୍‌ କରନ୍ତୁ କିସ୍ତିର ଷ୍ଟାଟସ୍‌:

୧. ଏଥିପାଇଁ ପ୍ରଥମେ ପିଏମ୍‌ କିଷାନ୍‌ର ୱେବ୍‌ସାଇଟ୍‌କୁ ଯାଆନ୍ତୁ।

୨. ଏବେ ଡାହାଣ ପଟେ ଫାର୍ମର୍ସ କର୍ଣ୍ଣରକୁ ଯାଆନ୍ତୁ।

୩. ଏହା ପରେ ବେନିଫିସିୟାରୀ ଷ୍ଟାଟସ୍‌ ଅପ୍‌ସନ୍‌ ଉପରେ କ୍ଲିକ୍‌ କରନ୍ତୁ।

୪. ଏବେ ଆପଣଙ୍କ ସାମ୍ନାରେ ନୂଆ ପେଜ୍‌ ଖୋଲି ଯିବ।

୫. ଏଠାରେ ଆପଣ ନିଜ ଆଧାର ନମ୍ବର ଓ ମୋବାଇଲ ନମ୍ବର ଦିଅନ୍ତୁ।

୬. ଏହା ପରେ ଆପଣଙ୍କୁ ନିଜ ଷ୍ଟାଟସ୍‌ର ପୂରା ସୂଚନା ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.