Below header

ଚାକିରିରୁ ଅବସର ପରେ କୋଟିପତି ହେବାକୁ ଚାହୁଁଛନ୍ତି କି? ତେବେ PPF ରେ କରନ୍ତୁ ନିବେଶ

ଯେ ପର୍ଯ୍ୟନ୍ତ ଆମେମାନେ ଚାକିରି କରିଥାଉ ସେ ପର୍ଯ୍ୟନ୍ତ ଆମ ପାଖରେ ଇନକମ୍‌ (ଆୟ) କରିବାର ମାଧ୍ୟମ ରହିଥାଏ। କିନ୍ତୁ ଚାକରିରିରୁ ଅବସର ପରେ କିପରି ରେଗୁଲାର ଇନକମ ସୋର୍ସ ପ୍ରସ୍ତୁତ କରିବେ ସେଥିପାଇଁ ଆପଣ ଏବେଠାରୁ ନିବେଶ କରିପାରିବେ। ଯଦି ଆପଣ ଚାକିରିରୁ ଅବସର ପରେ ଆପଣଙ୍କ ପାଖରେ କୋଟଏ ଟଙ୍କାର ବ୍ୟାଙ୍କ ବାଲାନ୍ସ ରଖିବାକୁ ଚାହାନ୍ତି ତେବେ ଆପଣ ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ (Public Provident Fund) ରେ ନିବେଶ କରିବା ଏକ ଭଲ ବିକଳ୍ପ ହୋଇପାରେ। ତେବେ ଜାଣନ୍ତୁ କ’ଣ ଏହି ସ୍କିମ୍‌ ଏବଂ କିପରି କରିବେ ଏଥିରେ ନିବେଶ।

Provident-Fundପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ କ’ଣ (PPF)

PPF ରେ ପାଖାପାଖି ୭.୧ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିଥାଏ। ନିବେଶ ଅନୁଯାୟୀ ଏହା ଅତ୍ୟନ୍ତ ସୁରକ୍ଷିତ। ଏଥିସହ ଅଧିକ ସମୟ ପର୍ଯ୍ୟନ୍ତ ନିବେଶ କରିବା ପାଇଁ PPF ଏକ ଭଲ ଇନଭେଷ୍ଟମେଣ୍ଟ ବିକଳ୍ପ। ଏହାର ମ୍ୟାଚୋରିଟି ସମୟ ସୀମା ୧୫ ବର୍ଷ। କିନ୍ତୁ ଏହାକୁ ୫-୫ ବର୍ଷ ପାଇଁ ଆଗକୁ ବୃଦ୍ଧି କରାଯାଇପାରିବ। ଏହାର ବିସ୍ତାର ପାଇଁ ଫର୍ମ-ଏଚ୍‌ ଜମା କରିବାକୁ ହେବ। ଏହାର ରିଟର୍ଣ୍ଣ ସମ୍ପୂର୍ଣ୍ଣ ରୂପେ ଟ୍ୟାକ୍ସ ଫ୍ରି। ଏଥିସହ ଦେଢ ଲକ୍ଷ ପର୍ଯ୍ୟନ୍ତ ନିବେଶ ଉପରେ ଟ୍ୟାକ୍ସ ଲାଗିନଥାଏ।

PPF ରେ ନିବଶେ କରି କିପରି ହୋଇପାରିବେ କୋଟିପତି

ଯଦି କୌଣସି ବ୍ୟକ୍ତି ୨୫ ରୁ ୩୦ ବର୍ଷ ବୟସରୁ ହିଁ PPF ରେ ନିବେଶ କରିବା ଆରମ୍ଭ କରିଥାନ୍ତି ଏବଂ ସେ ପ୍ରତ୍ୟେକ ବର୍ଷ ୧.୫ ଲକ୍ଷ ଯଙ୍କା ଜମା କରିଥାନ୍ତି। ୧୫ ବର୍ଷ ପୁରଣ ହେବା ପରେ ଏହାକୁ ଆଗକୁ ବଢାଇ ୨୫ ବର୍ଷ ପାଇଁ କରିଥାନ୍ତି ଏବଂ ଏହାକୁ ସମୁଦାୟ ୫୫.୬୮ ଲକ୍ଷ ଟଙ୍କା ଜମା କରିଥାନ୍ତି। ଯଦି ଏହା ଉପରେ ୭.୧% ର ସୁଧ ଯୋଡି ଦିଆଯାଏ ତେବେ ମ୍ୟାଚୋରିଟି ପରେ ଆପଣଙ୍କୁ ୧,୦୨,୪୦,୨୬୦ ଟଙ୍କା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.