ପଥର କାଟି କ୍ରିକେଟ ପିଚ ପ୍ରସ୍ତୁତ କରିଥିଲେ ଆଇପିଏଲର ଏହି ଯୁବ ଖେଳାଳି, ଏବେ ଗ୍ରାଉଣ୍ଡରେ କରୁଛନ୍ତି ରନ ବର୍ଷା

ସାଧାରଣତଃ ଆଇପିଏଲରେ ନୂଆ ନୂଆ ଯୁବ ଖେଳାଳି ମାନଙ୍କୁ ସୁଯୋଗ ମିଳିଥାଏ । ଅନ୍ୟ ଭାଷାରେ କହିଲେ ନୂଆ ଖେଳାଳି ମାନଙ୍କ କ୍ୟାରିୟର ଗଠନର ନୂଆ ପ୍ଲାଟ୍ଫର୍ମ ହେଉଛି ଆଇପିଏଲ । ଏହି ଧରଣର ଘଟଣା ପ୍ରତିବର୍ଷ ଦେଖାଦେଉଥିବା ବେଳେ ଚଳିତ ବର୍ଷ ସିଜିନରେ ବି ଏକ ସମାନ ଧରଣର ଘଟଣା ଦେଖିବାକୁ ମିଳିଛି । ରାଜସ୍ଥାନର ଖେଳାଳି ରବି ବିଷ୍ଣୋଇଙ୍କୁ କିଙ୍ଗସ ଇଲେଭେନ ପଞ୍ଜାବ ଟିମ ୨ କୋଟି ଟଙ୍କାରେ କିଣିଥିଲେ । କିନ୍ତୁ ଆଇପିଏଲରେ ପ୍ରଥମ ଥର ସୁଯୋଗ ପାଇ ଲୋକ ଲୋଚନକୁ ଆସିଥିବା ଚଲା ପଥ କିନ୍ତୁ ଏତେଟା ସହଜ ନଥିଲା । ଜୀବନରେ ଅନେକ ଘାତ ପ୍ରତିଘାତର ସାମ୍ନା କରିବାକୁ ପଡିଛି ତାଙ୍କୁ । ଏମିତିକି ୨୦୦୦ ମସିହା ସେପ୍ଟେମ୍ବର ୫ ତାରିଖରେ ଜନ୍ମ ନେଇଥିବା ରବି କ୍ରିକେଟ ପାଇଁ ବୋର୍ଡ ପରୀକ୍ଷା ବି ଦେଇ ପାରିନଥିଲେ । ପରିବାରର ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିବାରୁ ନିଜେ ମୂଳ ଲାଗି ପିଚ ପ୍ରସ୍ତୁତ କରି ପ୍ରାକ୍ଟିସ କରିଥିଲେ ।

ravi

ପ୍ରକୃତରେ ଏହି ଯୁବ ଖେଳାଳି ଜଣଙ୍କ ହେଉଛନ୍ତି ରାଜସ୍ଥାନ ଯୋଧପୁରର ମୂଳ ବାସିନ୍ଦା । ପିଲାଟି ବେଳରୁ ହିଁ କ୍ରିକେଟ ଖେଳ ପ୍ରତି ତାଙ୍କର ଏକ ଦୁର୍ବଳତା ଥିଲା । ସେସମୟରେ ଯୋଧପୁରରେ ଏକ ଭଲ କ୍ରିକେଟ ପିଚ ନଥିବା ବେଳେ ରବି ଓ ତାଙ୍କର କେତେ ଜଣ ସାଙ୍ଗ ମୂଳ ଲାଗି ଟଙ୍କା ଯୋଗାଡ କରି ପିଚ ତିଆରି କରିବା ଆରମ୍ଭ କରିଥିଲେ । ଟଙ୍କା ଯୋଗାଡ ପରେ ଏକ୍ସପର୍ଟଙ୍କ ପରାମର୍ଶ ନେଇ ତୁରନ୍ତ କାମ ଆରମ୍ଭ କରିଥିଲେ । ଆଜି ଆଇପିଏଲ ଗ୍ରାଉଣ୍ଡରେ ରନର ବର୍ଷା କରୁଥିବା ରବି ନିଜେ କିଛିଟା ଟଙ୍କା ବଞ୍ଚାଇବା ପାଇଁ ସିମେଣ୍ଟ ବସ୍ତା ବୋହି, ପଥର କାଟିଥିଲେ ।

ରବିଙ୍କ ବାପା ଏକ ସରକାରୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଛନ୍ତି । ବାପାଙ୍କ ଇଛାଯେ ତାଙ୍କ ପୁଅ ଖ୍ଜେଳ ନିଶା ଛାଡ଼ି ପାଠପଢା ପ୍ରତି ଧ୍ୟାନ ଦେଉ । ରବିଙ୍କ କୋଚ ତାଙ୍କ ବାପାଙ୍କୁ ଏବାବଦରେ ଖୁବ ବୁଝାଶୁଝା ବି କରିଥିଲେ । ଥରେ ରାଜସ୍ଥାନ ରୟାଲସ ପାଇଁ ନେଟ ପ୍ରାକ୍ଟିସ କରିବା ପାଇଁ ସୁଯୋଗ ପାଇଲେ । ଏହି ସୁଯୋଗକୁ ହାତଛଡା ନକରିବା ପାଇଁ ଆଗକୁ ଥିବା ବୋର୍ଡ ପରୀକ୍ଷାକୁ ବି ଦେଇ ନଥିଲେ ରବି । କୋଚଙ୍କ ପରାମର୍ଶ ନେଇ କ୍ରିକେଟକୁ ନିଜ କ୍ୟାରିୟର ଭାବେ ଗ୍ରହଣ କରିଥିଲେ ରବି । ୨୦୧୯ ରେ ବିସନଇ ଅଣ୍ଡର-19ରେ ଖେଳିବାକୁ ସୁଯୋଗ ପାଇଲେ । ଏଯାବତ ଆଇପିଏଲରେ ନିଜ ନାଁରେ ଅନେକ ରେକର୍ଡ ବି କରିସାରିଲେଣି । ୨୭ ଓଭରରେ ୨୧୨ ରନ କରିବା ସହ ୮ ଵିକେଟ ନେଇ ବିପକ୍ଷ ଦଳକୁ ଧୂଳି ଚଟାଇ ଥିଲେ । ଆଉ ଏକ ଇନିଂସରେ ୨୯ ରନ କରି ତିନି ଵିକେଟ ନେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.