ମହାକାଶରେ ଅଳ୍ପକେ ବର୍ତ୍ତିଲା ବଡ଼ ଧରଣର ଅଘଟଣ, ଯାହା ଉପରେ ରହିଥିଲା ସାରା ବିଶ୍ବର ନଜର

କେନ୍ଯୁଜ୍: ମହାକାଶରେ ଅଳ୍ପକେ ବର୍ତ୍ତିଲା ବଡ଼ ଧରଣର ଅଘଟଣ। ମୃତ ଉପଗ୍ରହ ଓ ପୁରୁଣା ରକେଟ ଅଂଶ ଧକ୍କା ହେବାରୁ ବର୍ତ୍ତିଗଲା। ଏହା ଉପରେ ବିଶ୍ୱର ନଜର ରହିଥିଲା । ଯଦି ଏହି ଦୁଇ ବସ୍ତୁ ଧକ୍କା ହୋଇଥାନ୍ତା ତେବେ ଆବର୍ଜନା ମେଘ ସୃଷ୍ଟି କରିଥାନ୍ତା। ଯାହାକି ଅନ୍ୟ ଉପଗ୍ରହ ଏବଂ ମହାକାଶ ଯାନକୁ ଦଶନ୍ଧି ଧରି ବିପଦ ପକାଇଥାନ୍ତା ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ଏଥିରୁ ବର୍ତ୍ତି ଯାଇଛି ।

ଏହି ଦୁଇଟି ବସ୍ତୁ ହେଉଛି, ୧୯୮୯ରେ ଉତକ୍ଷେପଣ ହୋଇଥିବା ରଷିଆନ୍‌ ନାଭିଗେସନ୍‌ ଉପଗ୍ରହ । ଅନ୍ୟଟି ହେଉଛି ୨୦୦୯ର ଉତକ୍ଷେପଣରୁ ଏକ ଚାଇନା ରକେଟ ଅଂଶ । ଲିଓ ଲ୍ୟାବ୍‌ ଅନୁଯାୟୀ ଏହି ଦୁଇଟି ବସ୍ତୁ ପ୍ରାୟ ୬୦୦୦ ପାଉଣ୍ଡ, ସେମାନଙ୍କର ଗତି ପ୍ରତି ଘଣ୍ଟା ୩୩ ହଜାର ମାଇଲ ହେବ । ଯଦି ଦୁଇଟି ବସ୍ତୁ ଧକ୍କା ନଦିଏ, ପ୍ରତିବର୍ଷ ଘଟୁଥିବା ହାତଗଣତି ମଧ୍ୟରୁ ଗୋଟିଏ । ଆକଳନ ଅନୁଯାୟୀ, ବସ୍ତୁ ଗୁଡିକ ପରସ୍ପରର ପ୍ରାୟ ୪୦ ଫୁଟ ମଧ୍ୟ ଯିବାର ସମ୍ଭାବନା ରହିଥିଲା । ତେବେ ଲିଓ ଲ୍ୟାବ କହିଛି ଯେ, ଧକ୍କା ହେବାର କୌଣସି ସୂଚନା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.