ବଡ ପରଦାରେ ରୋମାନ୍ସ କରିବାକୁ ଯାଇ ଅଟକିଗଲେ ଅକ୍ଷୟ କୁମାର ଏବଂ ଡିମ୍ପଲ କପାଡିୟା !

ନବେ ଦଶକରେ ଅକ୍ଷୟ କୁମାର ନିଜର ଖିଲାଡି ସିରିଜ୍‌ ଫିଲ୍ମରୁ ଖୁବ୍‌ ଧମାଲ୍‌ ମଚାଇଥିଲେ। ଏହି ଫିଲ୍ମରେ ରୋମାନ୍ସ ଏବଂ ସୁନ୍ଦର ଆକ୍ସନ ମଧ୍ୟ ଦେଖିବାକୁ ମିଳିଥିଲା। ୧୯୯୬ ମସିହାରେ ‘ଖିଲାଡିୟୋ କା ଖିଲାଡି’ ଫିଲ୍ମ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମର ନିର୍ଦେଶନ କରିଥିଲେ ଉମେଶ ମେହରା। ଅକ୍ଷୟ କୁମାର, ରବିନା ଟଣ୍ଡନ, ରେଖା, ଗୁଲସନ ଗ୍ରୋବର ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏଥିସହ ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ର ଲୋକପ୍ରିୟ ନାଁ ‘ସ ଅଣ୍ଡରଟେକର’ (ବ୍ରାୟନ ଲି) ମଧ୍ୟ ଏହି ଫିଲ୍ମରେ ନଜର ଆସିଥିଲେ। ଅକ୍ଷୟ ଏବଂ ଅଣ୍ଡରଟେକରଙ୍କ ଲଢେଇକୁ ଖୁବ୍‌ ପ୍ରଚାରିତ କରାଯାଇଥିଲା ଏବଂ ଏହି କାରଣରୁ ଫିଲ୍ମ ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରିଥିଲା। ସୂଚନା ଅନୁଯାୟୀ ଅକ୍ଷୟ ଅଣ୍ଡରଟେକରଙ୍କୁ ସୁଟିଂ ସମୟରେ ଉପରକୁ ଟେକିଥିଲେ, ଯେଉଁକାରଣରୁ ତାଙ୍କୁ ଏକ ମାସ ଧରି ପିଠି ଯନ୍ତ୍ରଣାର ସାମ୍ନା କରିବାକୁ ପଡିଥିଲା।

dimple1ଫିଲ୍ମରେ ଅକ୍ଷୟ ଏବଂ ରବିନାଙ୍କ ଯୋଡି ଏଥିପାଇଁ ରଖାଯାଇଥିଲା କାରଣ ସେହି ସୟମରେ ଉଭୟଙ୍କ ରୋମାନ୍ସ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ଫିଲ୍ମରେ ଖଳନାୟକ ଭୂମିକାରେ ଜଣେ ମହିଳା ଚରିତ୍ରର ଆବଶ୍ୟକତା ଥିଲା। ଏହି କାରଣରୁ ଜଷର ସଶକ୍ତ ଅଭିନେତ୍ରୀଙ୍କ ତଲାସୀ କରୁଥିଲେ ନିର୍ଦେଶକ ଉମେଶ ଗେହେରା। ଏହାପେର ସେ ଡିମ୍ପଲ କାପଡିୟାଙ୍କୁ ବାଛିଥିଲେ। ଡିମ୍ପଲ ମଧ୍ୟ ଅଭିନୟ କରିବା ପାଇଁ ରାଜି ହୋଇଯାଇଥିଲେ। ସେହି ସମୟରେ କେହି ଚିନ୍ତା ବି କରିନଥିଲେ ଭବିଷ୍ୟତରେ ଡିମ୍ପଲଙ୍କ ଝିଅଙ୍କୁ ଅକ୍ଷୟ ବିବାହ କରିବେ। ଏହି ଫିଲ୍ମରେ ଡିମ୍ପଲ ଏବଂ ଅକ୍ଷୟ ଏକ ରୋମାଣ୍ଟିକ୍‌ ଗୀତ ‘ଇନ ଦ ନାଇଟ ନୋ କଣ୍ଟ୍ରୋଲ’ରେ ନଜର ଆସିଥିଲେ। କିନ୍ତୁ ଯେତେବେଳେ ସମୟ ଦେବା ପାଇଁ ଡିମ୍ପଲଙ୍କୁ କୁହାଯାଇଥଇଲା ସେତେବେଳେ ସେ ଫିଲ୍ମ ‘ଖିଲାଡିୟୋ କେ ଖିଲାଡି’ ପାଇଁ ସମୟ ଦେଇପାରିନଥିଲେ। ଫଳରେ ତାଙ୍କୁ ଫିଲ୍ମ ଛାଡିବାକୁ ପଡିିଥିଲା। ବୋଧ ହୁଏ ଭଗବାନ ମଧ୍ୟ ଚାହୁଁନଥିଲେ ଡିମ୍ପଲ ଏବଂ ଅକ୍ଷୟ ଫିଲ୍ମ କରନ୍ତୁ କାରଣ ଭବିଷ୍ୟତରେ ଦୁଇ ଜଣଙ୍କ ସମ୍ପର୍କ କିଛି ଅଲଗା ହେବାର ଅଛି। ଏହାପରେ ଡିମ୍ପଲଙ୍କ ପରିବର୍ତ୍ତେ ରେଖାଙ୍କୁ ଚୟନ କରାଯାଇଥିଲା। ରେଖା ଏବଂ ଅକ୍ଷୟଙ୍କ ମଧ୍ୟରେ ଏହି ଫିଲ୍ମ କରାଯାଇଥିଲା।

ଏହି ଫିଲ୍ମ ରିଲିଜ୍‌ ହେବା ପରେ ଖୁବ୍‌ ଲୋକପ୍ରିୟ ହୋଇଥିଲା ଏବଂ ବଡ ପରଦାରେ ଅକ୍ଷୟଙ୍କ ସହ ଡିମ୍ପଲ ରୋମାନ୍ସ କରି ରହଯାଇଥିଲେ। କିନ୍ତୁ ବାସ୍ତବରେ ଅକ୍ଷୟ କୁମାର ଡିମ୍ପଲଙ୍କ ଜ୍ୱାଇଁ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.