ଘରୋଇକରଣ ହେବ ଇଣ୍ଡିଆନ୍‌ ରେଲୱେ, ସଂସଦରେ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ରେଳଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ଯଦି ଆପଣ ମଧ୍ୟ ଟ୍ରେନରେ ଯାତ୍ରା କରୁଥାନ୍ତି ତାହେଲେ ଏବେ ରେଳକୁ ନେଇ ଆସିଛି ବଡ ଅପଡେଟ । ଗତ କିଛିଦିନ ଧରି ଭାରତୀୟ ରେଳବାଇକୁ ନେଇ ଏକ ବଡ଼ ଚର୍ଚ୍ଚା ହେଉଛି ।

ରେଳଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ଯଦି ଆପଣ ମଧ୍ୟ ଟ୍ରେନରେ ଯାତ୍ରା କରୁଥାନ୍ତି ତାହେଲେ ଏବେ ରେଳକୁ ନେଇ ଆସିଛି ବଡ ଅପଡେଟ । ଗତ କିଛିଦିନ ଧରି ଭାରତୀୟ ରେଳବାଇକୁ ନେଇ ଏକ ବଡ଼ ଚର୍ଚ୍ଚା ହେଉଛି । ଇଣ୍ଡିଆନ ରେଲୱେକୁ କେନ୍ଦ୍ର ସରକାର ଘରୋଇକରଣ କରିଦେବେ ବୋଲି ବଡ ଖବର ସାମ୍ନାକୁ ଆସୁଛି। ଏଥିସହିତ କିଛି ଅନ୍ୟ କମ୍ପାନୀଗୁଡିକୁ ମଧ୍ୟ କେନ୍ଦ୍ର ସରକାର ଘରୋଇ ସଂସ୍ଥା ହାତକୁ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଲୱେର ଘରୋଇକରଣ ପ୍ରସଙ୍ଗରେ ସୂଚନା ଦେଇଛନ୍ତି । ତାହେଲେ ଆସନ୍ତୁ ଜାଣିବା ସରକାର କେବେ ରେଳବାଇକୁ ଘରୋଇକରଣ କରିବାକୁ ଯାଉଛନ୍ତି ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏହା ବିଷୟରେ ସୂଚନା ଦେଇ କହିଛନ୍ତି ରେଳବାଇକୁ ଘରୋଇକରଣ କରିବା ନେଇ କେନ୍ଦ୍ର ସରକାରଙ୍କ ବର୍ତ୍ତମାନ ସେପରି କିଛି ଯୋଜନା ନାହିଁ । ରେଳବାଇକୁ ଘରୋଇ ହାତକୁ ଟେକି ଦିଆଯିବ ନାହିଁ ନାହିଁ ବୋଲି ସେ ସଂସଦରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଗାମୀ ଦିନରେ ରେଲବାଇରେ ବହୁତ କିଛି ସୁବିଧା କରାଯିବା ସହିତ କିଛି ଟ୍ରେନରେ ପରିବର୍ତ୍ତନ କରାଯିବ ।

ଆଗକୁ ବନ୍ଦେ ଭାରତ ଟ୍ରେନ ଅନ୍ୟ କିଛି ରୁଟରେ ମଧ୍ୟ ଯାତ୍ରା ଆରମ୍ଭ କରିବ । ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନ ୧୪ଟି ରୁଟରେ ଯାତ୍ରା କରୁଥିବା ବେଳେ ଏହାକୁ ଦ୍ରୁତ ଭାବେ ବୃଦ୍ଧି କରାଯିବ । ଆଗାମୀ ଦିନରେ ଭାରତୀୟ ରେଳବାଇରେ ଆହୁରି ଆଡଭାନ୍ସ ଦେଖିବାକୁ ମିଳିବ । ସେଥିପାଇଁ ବିଭାଗ ପକ୍ଷରୁ କିଛି ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।

ରେଳମନ୍ତ୍ରୀ କହିଛନ୍ତି ଯେ ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖି ରେଳ ପକ୍ଷରୁ ଗତିଶକ୍ତି କାର୍ଗୋ ଟର୍ମିନାଲ (GCT) ନୀତି ମାଧ୍ୟମରେ ଆସନ୍ତା ୩ ବର୍ଷରେ ଏହାକୁ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ୨୨ଟି ଜିସିଟି କାର୍ଯ୍ୟ ଜାରି ରହିଛି । ଅର୍ଥାତ୍‌ ଆଗାମୀ ସମୟରେ ରେଲୱେ ଆହୁରି ବହୁତ ଅଧିକ ସୁବିଧାଜନକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.