Below header

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏବେ ଟ୍ରେନ୍‌ ବିଳମ୍ବ ହେଲେ ଯାତ୍ରୀଙ୍କ ପାଖକୁ ଆସିବ ମେସେଜ୍‌

ପାଗ ପ୍ରତିକୂଳ ରହିଲେ ରେଳ ବିଭାଗକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆଗକୁ ଶୀତ ଋତୁ ଆସୁଥିବାରୁ ଘନ କୁହୁଡ଼ି ଯୋଗୁ ମଧ୍ୟ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି। ଫଳରେ ଯାତ୍ରୀମାନେ ଅସୁବିଧା ଭୋଗ କରିବେ। ଯାତ୍ରୀମାନଙ୍କ ସମସ୍ୟାକୁ ଆଖି ଆଗରେ ରଖି ଏବେ ରେଳ ବିଭାଗ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି। ରେଲେଓ୍ଵ ଏବେ ଟ୍ରେନ୍‌ ଡେରି ହେଲେ ବା କ୍ୟାନ୍‌ସଲ ହେଲେ ଯାତ୍ରୀଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସୂଚନା ଦେବ। ଏଥିସହ ରେଳ ବିଭାଗ ବିଶେଷ ପାଟ୍ରୋଲିଂ, ସିଗନାଲ ସମ୍ବନ୍ଧୀୟ ସୂଚନା ପାଇଲଟ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଫଗ ସେଫ୍ଟି ଡିଭାଇସ୍‌ ଭଳି ବ୍ୟବସ୍ଥା ଲାଗୁ କରୁଛି। ଏ ନେଇ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟ୍ଵିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି।

ଗୋୟଲ ନିଜ ଟ୍ଵିଟ୍‌ରେ ଏସ୍‌ଏମ୍‌ଏସ୍‌ ସୁବିଧାକୁ ଦେଖାଇବା ପାଇଁ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ଶୀତ ଋତୁରେ ଇଣ୍ଡିଆନ୍‌ ରେଲେଓ୍ଵ ଯାତ୍ରୀମାନଙ୍କୁ ଉତ୍ତମ ସୁବିଧା ପ୍ରଦାନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଦର୍ଶାଯାଇଛି।

ଏହାସହ ପଢ଼ନ୍ତୁ: ହୋଟେଲ୍‌ ମାଲିକ ସାବଧାନ୍‌! ଗ୍ରାହକଙ୍କ ଗାଡ଼ିକୁ ଦିଅନ୍ତୁ ସୁରକ୍ଷା ନ ହେଲେ ଗଣିବେ ମୋଟା ଅଙ୍କର ଜରିମାନା

ମିଳିବ ଏହି ସୁବିଧା:

  • ଏସ୍‌ଏମ୍‌ଏସ୍‌ ସୁବିଧା ମାଧ୍ୟମରେ ଆପଣଙ୍କ ମୋବାଇଲ୍‌ ନମ୍ବରକୁ ଟ୍ରେନ୍‌ ଡେରି ହେଲେ ସୂଚନା ମିଳିବ।
  • ଏହି ସୁବିଧା ମାଧ୍ୟମରେ ଯାତ୍ରୀଙ୍କୁ ଟ୍ରେନ୍‌ର ଲୋକେସନ୍‌, ଷ୍ଟେସନ୍‌ରେ ପହଞ୍ଚିବାର ଆନୁମାନିକ ସମୟ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ପଠାଯିବ।
  • ରାତି ୧୧ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସ୍ପେଶାଲ ପ୍ୟାଟ୍ରୋଲିଂ ଟିମ୍‌ଙ୍କ ଅବସ୍ଥିତି ସମ୍ପର୍କରେ ସୂଚନା ଦିଆଯିବ।
  • ଟ୍ରେନ୍‌ରେ ଫଗ୍‌ ସେଫ୍ଟି ଡିଭାଇସ୍‌ ଲଗାଯିବ, ଫଳରେ ଟ୍ରେନ୍‌ ଡ୍ରାଇଭରକୁ ସିଗନାଲ୍‌ ପୋଷ୍ଟରରେ ଅଡିଓ ଭିଜୁଆଲ କ୍ୟୁ ମିଳିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.