ଏହି ଯୁବତୀଙ୍କର ରହିଛି ଅଜବ ସଉକ, ରାସ୍ତାରେ ଯିବା ବେଳେ ଅଜଣା ଲୋକଙ୍କୁ କରନ୍ତି କିସ୍

କିଛି ଲୋକ ସେମାନଙ୍କ ଅଜବ ସଉକ ଯୋଗୁ ଚର୍ଚ୍ଚା ପରିସରରେ ରୁହନ୍ତି। ଇଟାଲିର ଜଣେ ଯୁବତୀଙ୍କୁ ଅଜଣା ଲୋକଙ୍କୁ କିସ୍ କରିବାର ସଉକ ରହିଛି, ଯେଉଁଥିପାଇଁ ସେ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଁଟୁଛନ୍ତି। କ୍ରିଷ୍ଟିଆନା ନାମ୍ନୀ ଏହି ଯୁବତୀଙ୍କୁ ନୂଆ ନୂଆ ଜାଗା ବୁଲିବାର ମଧ୍ୟ ସଉକ ଅଛି। ସେ ସିଙ୍ଗଲ ଅଛନ୍ତି ଏବଂ ସବୁ ଜାଗାକୁ ଏକୁଟିଆ ଯିବାକୁ ହିଁ ପସନ୍ଦ କରିଥାଆନ୍ତି।

କ୍ରିଷ୍ଟିଆନା ଯେଉଁଠିକୁ ବି ଯାଆନ୍ତି, ସେଠି ନିଜ ଫଟୋ ଏବଂ ସେଲ୍ଫି ନେବାକୁ ବହୁତ ପସନ୍ଦ କରିଥାଆନ୍ତି। କିନ୍ତୁ ସେ ସବୁବେଳେ ଚାହାଁନ୍ତି, ତାଙ୍କ ଫଟୋରେ କେହି ଆଉ ଜଣେ ବି ଥାଉ। ତା’ପରେ ସେ ଫଟୋଟିକୁ ସୋସିଆଲ ମିଡିଆରେ ଶେୟାର କରିଥାଆନ୍ତି।

girl1

ଏହାସହ ପଢ଼ନ୍ତୁ: ଅଜବ! ଏହି ବ୍ୟକ୍ତିଙ୍କର ଅଛନ୍ତି ୭ ହଜାର ସ୍ତ୍ରୀ, ସବୁଜ-ସୁନ୍ଦର ତାଙ୍କ ପରିବାର

ତାଙ୍କ କହିବା ହେଲା, ଅଜଣା ଲୋକଙ୍କ ସହ ଯେତେବେଳେ ସେ ଫଟୋ ଉଠାଇ ଶେୟାର କରନ୍ତି, ବହୁତ ରୋମାଣ୍ଟିକ୍ ଫିଲ୍ କରିଥାଆନ୍ତି। ସେ ଯେଉଁ ଟୁରିଷ୍ଟ୍ ପ୍ଲେସକୁ ଯାଆନ୍ତି, ସେଠାରେ ଯେଉଁ ଲୋକ ପସନ୍ଦ ଆସନ୍ତି, ତାଙ୍କୁ କିସ୍ କରି ଫଟୋ ଉଠାଇବା ପାଇଁ ରିକ୍ବେଷ୍ଟ କରନ୍ତି। କେହି ବି ତାଙ୍କ ଅନୁରୋଧକୁ ଏଡ଼ାଇ ଦେଇପାରନ୍ତି ନାହିଁ। ଆଉ ସଙ୍ଗେ ସଙ୍ଗେ କିସ୍ ନେବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି। ଏହାପରେ କ୍ରିଷ୍ଟିଆନା ତାଙ୍କ ସହିତ ଫଟୋ ଉଠାଇ ତାହାକୁ ଫେସବୁକ୍, ଟୁଇଟର ଏବଂ ଇନଷ୍ଟାଗ୍ରାମରେ ପୋଷ୍ଟ କରିଦିଅନ୍ତି। ତାଙ୍କ ପୋଷ୍ଟକୁ ମଧ୍ୟ ଅନେକ ଲୋକ ଶେୟାର କରିଥାଆନ୍ତି। ଏବେ ତାଙ୍କୁ ଇଟାଲିରେ ସୋସିଆଲ ମିଡିଆ କ୍ବିନ୍ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.