Below header

Realme Yo ! Days sale : Flipkart ଏବଂ Amazonରେ ପାଇପାରିବେ ଏହି ଧମାମେଦାର ଅଫର୍

ନୂଆଦିଲ୍ଲୀ : Realme ମୋବାଇଲ ତିନି ଦିନ ପାଇଁ ସେଲ ଘୋଷଣା କରିଛି। ଏହି ସେଲର ନାମ Realme Yo ! ଦିଆଯାଇଛି। ଅନଲାଇନ ଷ୍ଟୋର Flipkart ଏବଂ Amazonରେ ୭ ରୁ ୯ ଜାନୁଆରୀ ପର‌୍ୟ୍ୟନ୍ତ ଏହି ସେଲ ଜାରି ରହିବ। ସେଲରେ Realme U1ର ୪/୬୪ଜିବି ଷ୍ଟୋରେଜ୍ ମୋବାଇଲ ଲଞ୍ଚ କରାଯିବା ସହ ଅଫର ସହ ଉପଲବ୍ଧ କରାଯିବ।

-realme ୨

ଏହା ଛଡ଼ା ଏହି ସେଲରେ କମ୍ପାନି ବିଭିନ୍ନ ମୋବାଇଲ ଅକ୍ସେସୋରିଜ୍ ମଧ୍ୟ ଉପଲବ୍ଧ କରାଇଛି। ଏନେଇ ଇରଫୋନ ଏବଂ ବ୍ୟାକପ୍ୟାକ୍ସ ଆପଣ ଖୁବ୍ କମ ମୂଲ୍ୟରେ ପାଇ ପାରିବେ। ଏହାଛଡ଼ା Realme2, Realme C1, Realme U1 ଏବଂ Realme 2 Pro ସ୍ମାର୍ଟଫୋନକୁ ମଧ୍ୟ ଖୁବ୍ କମ ଦାମରେ ପାଇପାରିବେ। ଏହି ସ୍ମାର୍ଟଫୋନ ଗୁଡ଼ିକରେ ପାଖାପାଖି ୧୦୦୦ଟଙ୍କାର ରିହାତି ଦିଆଯାଉଛି।

realme-yo-days-sale

ଏହି ସେଲ ବ୍ୟତୀତ ଆଜି କମ୍ପାନି ଏକ ପ୍ରତିଯୋଗୀତା ମଧ୍ୟ ରଖିଛି। ଯାହାର ନାମ ‘R power’ ରଖାଯାଇଛି। ଏହି ପ୍ରତିଯୋଗୀତାରେ Realme U1 ଏବଂ Realme Budsକୁ ଶତପ୍ରତିଶତ ରିହାତିରେ ଜିତି ପାରିବେ। ଏହା ଛଡ଼ା ଗ୍ରାହକଙ୍କୁ ପ୍ରତିଦିନ ଦ୍ବିପହର ୧୨ଟା ସମୟରେ ରିୟଲମୀ ବ୍ୟକପ୍ୟାକ୍ସ ମାତ୍ର ୧ଟଙ୍କାରେ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.