ପୁଣି ଥରେ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ

କୋରାପୁଟ(କେନ୍ୟୁଜ୍) : ପୁଣି ଥରେ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ। ଗତ ୨ ତାରିଖରୁ ଆନ୍ଧ୍ରର ପ୍ରଶାସନିକ ଅଧିକାରୀମାନେ କୋଟିଆକୁ ଆସି ଜନ୍ମଭୂମି ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି। ସ୍ୱାସ୍ଥ୍ୟ ଶିବିର ଖୋଲି ଲୋକଙ୍କୁ ଚିକିତ୍ସା କରିବା ସହ ଔଷଧ ବାଣ୍ଟୁଛନ୍ତି। ସେପଟେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶକୁ ବିଜେଡି ପକ୍ଷରୁ ଦୃଢ ବିରୋଧ କରାଯାଇଛି। କୋଟିଆର ଉନ୍ନତି ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେପଟେ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଲୋକ ଜାଣିପାରୁନଥିବା ଅଭିଯୋଗ ହୋଇଛି। ଏଥିପାଇଁ ଜିଲ୍ଲାପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ଆମ କୋଟିଆ ସଙ୍ଗଠନ। ତେବେ ଘଟଣା ଉପରେ ନଜର ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି। କୋଟିଆର ବିକାଶ ପାଇଁ କାର୍ୟ୍ୟକ୍ରମ ଚାଲୁ ରହିଛି।