IOCL ରେ ଖାଲିପଡିଛି ୫୦୫ ପଦବୀ, ହାତଛଡା କରନ୍ତୁ ନାହିଁ ଜଲଦି କରନ୍ତୁ ଆବେଦନ

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL)ରେ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ଯଦି ଆପଣ ଏଠାରେ ଚାକିରି କରିବାକୁ ଚାହୁଁଚନ୍ତି ତେବେ ତୁରନ୍ତ କରନ୍ତୁ ଆବେଦନ। ଆଇଓସିଏଲରେ ୫୦୫ ଟ୍ରେନି ଆପାରଣ୍ଟିସ ପଦବୀରେ ଭର୍ତ୍ତି ହେବାକୁ ଯାଉଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟକୁ ଯାଇ iocl.com କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଅଫିସିଆଲ ୱେବସାଇଟକୁ ଯାଇ ଫର୍ମ ପୂରଣ କରିବା ସମୟରେ କୌଣସି ପ୍ରକାର ଭୁଲ କରନ୍ତୁ ନାହିଁ। ଯଦି ଫର୍ମ ପୂରଣ କରିବା ସମୟରେ କୌଣସି ଭୁଲ ହୁଏ, ତେବେ ଫର୍ମକୁ ରଦ୍ଦ କରିଦିଆଯିବ।

ପଦବୀ ବିବରଣୀ:

ଟ୍ରେନି ଆପାରଣ୍ଟିସ :୫୦୫

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୬ ଫେବ୍ରୁଆରୀ ୨୦୨୧ରେ ରହିଛି। ଏହା ପରେ ଆବେଦନକାରୀଙ୍କ ଫର୍ମକୁ ଗ୍ରହଣ କରାଯିବ ନାହିଁ।

IOCL2

ଏମିତି କରନ୍ତୁ ଆବେଦନ:

– ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।
– ଅଫିସିଆଲ ୱେବସାଇଟକୁ ଯିବା ପରେ ଆପ୍ଲାଏ ଲିଙ୍କରେ କ୍ଲିକ କରନ୍ତୁ।
– ପରେ ସେଠାରେ ନିଜର ବ୍ଯକ୍ତିଗତ ବିବରଣୀ ଭରି ସବମିଟ୍ କରନ୍ତୁ।
– ଫର୍ମର ଏକ ଫଟୋ କପି ନିଜ ପାଖରେ ରଖିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.