Below header

ରିଲାଏନ୍ସ ଜିଓ ମହଙ୍ଗା କଲା ୨୨୨ ଟଙ୍କିଆ Disney+Hotstar VIP ପ୍ଲାନ, ଜାଣନ୍ତୁ ସଂପୂର୍ଣ୍ଣ ଡିଟେଲ୍ସ

ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଭାରତୀ ଏୟାରଟେଲକୁ ଟକ୍କର ଦେବା ପାଇଁ କମ୍‌ ମୂଲ୍ୟରେ ଅନେକ ପ୍ଲାନ ଲଞ୍ଚ କରିଥିଲା। ଏହା ମଧ୍ୟରେ କମ୍ପାନୀ ୨୨୨ ଟଙ୍କିଆ Disney+Hotstar VIP ପ୍ଲାନର ମୂଲ୍ୟ ବଢାଇଦେଇଛି। ରିଲାଏନ୍ସ ଜିଓ କିଛି ମାସ ପୂର୍ବରୁ ଏହି ପ୍ଲାନ ଲଞ୍ଚ କରିଥିଲା। କିନ୍ତୁ କମ୍ପାନୀ ଏବେ ଏହାର ମୂଲ୍ୟକୁ ୩୩ ଟଙ୍କା ବଢାଇଦେଇଛି। ବର୍ତ୍ତମାନ ଏହି ପ୍ଲାନର ମୂଲ୍ୟ ୨୫୫ ଟଙ୍କା ହୋଇଯାଇଛି।

ଏହି ପ୍ଲାନରେ ୧୫ ଜିବି ଡାଟା ମିଳୁଛି। ଏହି ୧୫ ଜିବି ଡାଟା ବ୍ୟବହାର କରିବା ପରେ ଇଣ୍ଟରନେଟର ସ୍ପିଡ ୬୪କେବିପିଏସ୍‌ରେ କାମ କରିବ। ରିଲାଏନ୍ସ କେବଳ ଏହି ପ୍ଲାନର ମୂଲ୍ୟ ବଢାଇଛି। ବାକି ଅନ୍ୟ ପ୍ଲାନରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

jio

ଜିଓର ୪୯୯ ଟଙ୍କିଆ ପ୍ଲାନରେ Disney+Hotstar VIP ପ୍ଲାନ ଏବେ ମଧ୍ୟ ସେହି ମୂଲ୍ୟରେ ମିଳୁଛି। ଏହି ପ୍ୟାକର ଭାଲିଡିଟି ୫୬ ଦିନ ରହିଛି। ଏଥିରେ କଲିଂ ପାଇଁ ବେସ ପ୍ଲାନର ଆବଶ୍ୟକତା ପଡିବ ନାହିଁ। ଏହି ପ୍ଲାନରେ ୫୬ ଦିନ ପର୍ଯ୍ୟନ୍ତ ପ୍ରତିଦିନ ରିଲାଏନ୍ସ ୧.୫ ଜିବି ଡାଟା ଅର୍ଥାତ୍‌ ୮୪ ଜିବି ଡାଟା ସହିତ ଜିଓ ଆପ୍‌ର କମ୍ପ୍ଲିମେଣ୍ଟାରୀ ସବ୍‌ସ୍କ୍ରିପସନ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.