Below header

ଆସନ୍ତା ୬ ମାସ ପର୍ଯ୍ୟନ୍ତ ନିହାତି ମନେ ରଖନ୍ତୁ ଏହି ୬ଟି ତାରିଖ, ନଚେତ୍‌ ଭୋଗିପାରନ୍ତି ଲକ୍ଷାଧିକ ଟଙ୍କାର କ୍ଷତି

ନୂଆ ବର୍ଷ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷର ପ୍ରଥମ ୬ ମାସରେ ଏମିତି କିଛି ତାରିଖ ରହିଛି, ଯାହାକୁ ମନେ ରଖିବା ବହୁତ ଜରୁରୀ। ଯଦି ଆପଣ ଏତିକି କରିପାରିବେ ନାହିଁ, ତା’ହେଲେ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିବ। ଏହାସହିତ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ହେବ। ଆସନ୍ତୁ ଜାଣିବା, ଏହି ଜରୁରୀ ଡେଡ୍‌ଲାଇନ୍‌ ବିଷୟରେ।

tax5

୧) ୧୫ ଜାନୁୟାରୀ

କେନ୍ଦ୍ର ସରକାର ସବୁ ଗାଡ଼ି ଉପରେ ୧୫ ଜାନୁୟାରୀ ପଯ୍ୟର୍ନ୍ତ ଫାସ୍‌ଟାଗ ଅନିବାଯ୍ୟର୍ କରିଦେଇଛନ୍ତି। ଯଦି ଆପଣ ଏହି ତାରିଖକୁ ଅଣଦେଖା କରିବେ, ତା’ହେଲେ ଆପଣଙ୍କୁ ଜାତୀୟ ରାଜପଥରେ ଦୁଇଗୁଣା ଟୋଲ ଟାକ୍ସ ଦେବାକୁ ପଡ଼ିବ। ଏହାସହିତ କରଦାତାଙ୍କୁ ସେବା କର ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ସହ ଜଡ଼ିତ ବିବାଦକୁ ଏଡ଼ାଇବା ପାଇଁ ୧୫ ଜାନୁୟାରୀ ପଯ୍ୟର୍ନ୍ତ ମଉକା ଦିଆଯାଇଛି।

୨) ୩୧ ଜାନୁୟାରୀ

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) କରଦାତାଙ୍କୁ ଜରିମାନା ଦେଇ ଦୋଷ ମୁକ୍ତ ହେବାର ସମୟସୀମାକୁ ୩୧ ଜାନୁୟାରୀ ପଯ୍ୟର୍ନ୍ତ ବଢ଼ାଇ ଦେଇଛନ୍ତି। ପୂର୍ବରୁ ଏହି ସୁବିଧା ୩୧ ଡିସେମ୍ବର ୨୦୧୯ ପଯ୍ୟର୍ନ୍ତ ଖୋଲାଥିଲା।

tax1

୩) ୬ ଫେବୃୟାରୀ

ପ୍ରତି ଦୁଇବର୍ଷରେ ଥରେ ଆୟୋଜିତ ହେଉଥିବା ଅଟୋ ଏକ୍ସପୋ ୨୦୨୦ର ଉଦ୍‌ଘାଟନ ଆସନ୍ତା ୬ ଫେବୃୟାରୀରେ ହେବ। ଏହି ଏକ୍ସପୋରେ ବଡ଼ ବଡ଼ ଅଟୋ କମ୍ପାନୀଗୁଡ଼ିକ ନିଜର ନୂଆ ତଥା ଇନୋଭେଟିଭ୍‌ ପ୍ରଡକ୍ଟକୁ ଶୋକେସ୍‌ ଏବଂ ଲଞ୍ଚ୍‌ କରିଥାଆନ୍ତି। ଏଠାରେ ଆପଣ ପ୍ରତ୍ୟେକ ସେଗ୍‌ମେଣ୍ଟର ଗାଡ଼ିକୁ ଗୋଟିଏ ପ୍ଲାଟଫର୍ମରେ ଦେଖିପାରିବେ।

୪) ୧୫ ମାର୍ଚ୍ଚ

ଯେଉଁ ଲୋକ ଆଗୁଆ ଟାକ୍ସ ଜମା କରିଥାଆନ୍ତି, ସେମାନଙ୍କ ପାଇଁ ୧୫ ମାର୍ଚ୍ଚ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ, ଏହି ଦିନ ଭିତରେ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଆଡ୍‌ଭାନ୍ସ ଟ୍ୟାକ୍ସର ଚତୁର୍ଥ ଏବଂ ଶେଷ କିସ୍ତି ଜମା କରିବାକୁ ହେବ।

tax4

୫) ୩୧ ମାର୍ଚ୍ଚ

ଆଧାର ଏବଂ ପ୍ୟାନ୍‌ ଲିଙ୍କିଂର ଡେଡ୍‌ଲାଇନ ମଧ୍ୟ ବଢ଼ି ଏବେ ୩୧ ମାର୍ଚ୍ଚ ହୋଇଯାଇଛି। ଏହାଛଡ଼ା ବରିଷ୍ଠ ନାଗରିକମାନଙ୍କ ପାଇଁ ପେନ୍‌ସନ ସ୍କିମ୍‌ Pradhan Mantri Vaya Vandana Yojana (PMVVY)ରେ ନିବେଶର ଶେଷ ତାରିଖ ରହିଛି ୩୧ ମାର୍ଚ୍ଚ। ସେହିପରି ଯଦି ଆପଣ ଘର କିଣୁଛନ୍ତି, ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ମିଡିଲ୍‌ ଇନ୍‌କମ ଗ୍ରୁପ୍‌ ହୋମ୍‌ ଲୋନ୍‌ ଉପରେ କ୍ରେଡିଟ୍‌ ସବ୍‌ସିଡି ନେଇପାରିବେ। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ରହିଛି।

କେବଳ ଏତିକି ନୁହେଁ, ଯଦି ଆପଣ ଏ ପଯ୍ୟର୍ନ୍ତ ୨୦୧୮-୧୯ ପାଇଁ ଇନ୍‌କମ ଟ୍ୟାକ୍ସ ରିଟର୍ନ ଫାଇଲ୍‌ କରିନାହାନ୍ତି। ତା’ହେଲେ ଜରିମାନା ସହିତ ଆଇଟିଆର୍‌ ଫାଇଲ୍‌ ୨୦୨୦ ମାର୍ଚ୍ଚ ୩୧ ଭିତରେ କରିପାରିବେ। କର ବଞ୍ଚାଇବା ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ଯଦି ଏଥିପାଇଁ ମଧ୍ୟ ୩୧ ମାର୍ଚ୍ଚର ଡେଡ୍‌ଲାଇନ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।

tax3

୬) ୩୧ ମେ’

ଏହି ଦିନ ଭିତରେ ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୪୨ ଟଙ୍କା ଜମା ନାହିଁ, ତା’ହେଲେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଆପଣ ହରାଇ ପାରନ୍ତି। କହି ରଖୁଛୁ, କେନ୍ଦ୍ର ସରକାରଙ୍କ ଏହି ଦୁଇଟି ସ୍କିମ୍‌ର ବାର୍ଷିକ କିସ୍ତି ୩୧ ମେ’ ଭିତରେ କଟିଥାଏ। ଏହି ଦୁଇଟି ସ୍କିମ୍‌ ଅଧୀନରେ ପଲିସି ଧାରକଙ୍କୁ ମୋଟ ୪ ଲକ୍ଷ ଟଙ୍କାର ବୀମା ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.