Below header

ନିଜ ATM କାର୍ଡ ରହିବ ସବୁବେଳେ ନିରାପଦ, କରନ୍ତୁ ଏହି ତିନୋଟି କାମ

ସାଧାରଣ ଜନତାଙ୍କ ଜମାପୁଞ୍ଜିକୁ ବ୍ୟାଙ୍କ ଖାତାରେ ସୁରକ୍ଷିତ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ କ୍ରେଡିଟ କାର୍ଡ ଓ ଡେବିଟ କାର୍ଡର ବ୍ୟବହାରରେ ଏକ ନୂତନ ନିୟମ ଲାଗୁ କରିଛନ୍ତି। ଏଥିରେ କରାଯାଇଥିବା ସମସ୍ତ ଗୁରୁତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନର ସୂଚନା ଆରବିଆଇ ନିଜ ଟ୍ଵିଟର ଆକାଉଣ୍ଟ ମାଧ୍ୟମରେ ଦେଇଛନ୍ତି। ତେବେ ତୁରନ୍ତ ତିନୋଟି କାମ କରିବାକୁ ଆରବିଆଇ ପରାର୍ମଶ ଦେଇଛି। ଗ୍ରାହକଙ୍କ ଠକେଇ ଏବଂ ଖର୍ଚ୍ଚ ଉଭୟ ସୀମାକୁ ସୀମିତ ରଖିବା ପାଇଁ କାରବାରରେ ଦୈନିକ ସୀମା ବାଛିବା, ଘରୋଇ ଏବଂ ଅନ୍ତରାଷ୍ଟ୍ରିୟ ଉପଯୋଗ ପାଇଁ ସୀମା ଚୟନ କରିବା ଏବଂ ଅନ୍ତରାଷ୍ଟ୍ରିୟ ବହନ ଟର୍ନ ଅଫ କରିବା ଭଳି ତିନୋଟି ପରାର୍ମଶ ଆରବିଆଇ ଦେଇଛନ୍ତି। ଏହି ସମ୍ବନ୍ଧରେ ଏସବିଆଇ, ବିଓବି,ଆଇସିଆଇସିଆଇଏବଂ ଏଚଡିଏଫସି ବ୍ୟାଙ୍କ ତରଫରୁ ମଧ୍ୟ ନିଜ ଗ୍ରାହକଙ୍କୁ ମେସେଜ ପଠାଯାଇଛି।

rbi2

ଏଥିରେ ଇଣ୍ଟରନେଟର କାରବାର ବନ୍ଦ କରିବା ସହିତ କ୍ରେଡିଟ ଏବଂ ଡେବିଟ କାର୍ଡରେ ମିଳୁଥିବା କିଛି ସେବା ବନ୍ଦ କରିଦିଆଯିବ ବୋଲି ସୂଚନା ଦିଆଯାଇଛି। ଏଣିକି କଷ୍ଟମର ନିଜ ଏଟିଏମ ଏବଂ କ୍ରେଡିଟ କାର୍ଡର ଲିମିଟେସନ ନିଜ ଇଚ୍ଛାନୁସାର ଚୟନ କରିପାରିବେ ଅର୍ଥାତ ଯଦି ଆପଣ ନିଜ ଏଟିଏମ କାର୍ଡରୁ ଏକ ହଜାରରୁ ଅଧିକ ରାଶି କାଢିବାକୁ ଚାହୁଁନାହାନ୍ତି ତେବେ ଏଥିପାଇଁ ଆପଣ ଇଣ୍ଟରନେଟ ମେନୁଆଲକୁ ଯାଇ ଟ୍ରାନଜାକସ୍‌ନ ଲିମିଟକୁ ବଦଳାଇ ପାରିବେ।ଏହା ବ୍ୟତୀତ ମୋବାଇଲ ଆପ,ଇଣ୍ଟରନେଟ ବ୍ୟାକିଙ୍ଗ,ଏଟିଏମ ମେଶିନ ତଥା ଆଇବିଆର ଜରିଆରେ ମଧ୍ୟ ନିଜ କାର୍ଡର ଲିମିଟ ବଦଳାଇ ପାରିବେ। ଏହି ସୁବିଧାକୁ ଉପଭୋଗ କରିବା ପାଇଁ ଆରବିଆଇ ନିଜ ଗ୍ରାହକଙ୍କୁ ୨୪ ଘଣ୍ଟା ଏବଂ ସାତ ଦିନ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।

ବର୍ତ୍ତମାନ ଡେବିଟ୍‌ କାର୍ଡ ଏବଂ କ୍ରେଡିଟ୍‌ କାର୍ଡ ଜାରି କରିବା ସମୟରେ ଏଣିକି କେବଳ ଘରୋଇ ଟ୍ରାନଜାକସ୍‌ନ ପାଇଁ ଅନୁମତି ମିଳିବ। ବିନା ଆବଶ୍ୟକର ଏଟିଏମ ମେସିନରୁ ଟଙ୍କା କାଢିବା କିମ୍ବା ପିଓଏସ ଟର୍ମିନାଲରେ ସପିଂ କରିବା ପାଇଁ ବିଦେଶୀ ଟ୍ରାନଜାକସନ୍‌ର ଆବଶ୍ୟକତା ପଡିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.