କରୋନା ପରେ ଫିଲ୍ମ ‘ଖାଲିପିଲ୍ଲି’ରେ କଇଁଚି ଚଲାଇଲା ସେନ୍ସର ବୋର୍ଡ, କଟିଲା ଏହିସବୁ ସିନ୍‌

ଈଶାନ ଖଟ୍ଟର ଏବଂ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ଖାଲିପିଲ୍ଲି’ରେ ସେନ୍ସର ବୋର୍ଡ କଇଁଚି ଚଲାଇଛି। ଏହି ଫିଲ୍ମ କେବଳ ଲାପଟପ ଏବଂ ଫୋନ ସ୍କ୍ରିନ ନୁହେଁ ବରଂ ଗୁରୁଗ୍ରାମ ଏବଂ ବାଙ୍ଗାଲୋର କିଛି ସିନେମା ହଲରେ ଦେଖିବାକୁ ମିଳିବ। ଏହି କାରଣରୁ ଫିଲ୍ମକୁCBFC ନିକଟକୁ ପଠାଯାଇଥିଲା। ଆଉ ଫିଲ୍ମକୁ ନେଇ କୌଣସି ପ୍ରକାର କାଣ୍ଟଛାଣ୍ଟ ହେବ ନାହିଁ ବୋଲି ମଧ୍ୟ ଆଶା ଥିଲା। କିନ୍ତୁ ଏହି ଫିଲ୍ମର କେତେକ ସିନ୍‌ରେ ସିବିଏଫସି କଇଁଚି ଚଲାଇଛି। ଏହି ଫିଲ୍ମରୁ କେବଳ ଗାଳି ନୁହେଁ ବରଂ ଭର୍ଜିନିଟିକୁ ନେଇ କଥା ହେଉଥିବା ସିନ୍‌, ଅନନ୍ୟାପାଣ୍ଡେ ଭୂମିକାକୁ ଖରାପ ନଜରରେ ଦେଖିବା ଏବଂ ଆଇଟମ ଶବ୍ଦକୁ ହଟାଇଦିଆଯାଇଛି। ଆଉ ଫିଲ୍ମର କିଛି ଗୀତର ସେକ୍‌ୁଆଲ ଏବଂ କିଛି ଡାଇଲଗକୁ ମଧ୍ୟ ହଟାଇଦିଆଯାଇଛି।

movie khalipeeliଏହାଛଡା ସେନ୍ସର ବୋର୍ଡ ଫିଲ୍ମର ନିର୍ମାତାଙ୍କୁ ଫିଲ୍ମ ପୂର୍ବରୁ ଏକ ବିଶେଷ ସୂଚନା ଲଗାଇବା ପାଇଁ କୁହାଯାଇଛି। ଫିଲ୍ମର ନିର୍ଦ୍ଦେଶନା ମକବୁଲ ଖାନ କରୁଛନ୍ତି। ଏହା ତାଙ୍କର ଡେବ୍ୟୁ ଫିଲ୍ମ। ଫିଲ୍ମର ପ୍ରଯୋଜନା ଅବ୍ଦାସ ଜଫର, ହିମାଂଶୁ ମେହେରା ଏବଂ ଜି ଷ୍ଟୁଡିଓ କରୁଛି। ଫିଲ୍ମରେ ଈଶାନ ଖଟ୍ଟର ଏବଂ ଅନନ୍ୟା ପାଣ୍ଡେ ସହିତ ଅଭିନେତା ଜୟଦୀପ ଅହଲାବତ ମଧ୍ୟ ରହିଛନ୍ତି।