Below header

ବିନା ପାସୱାର୍ଡ-ୟୁଜରନେମରେ ମଧ୍ୟ ବ୍ଲକ୍ କରିପାରିବେ ଆପଣଙ୍କ ଏଟିଏମ୍ କାର୍ଡ, SBI ଆରମ୍ଭ କରିଛି ସେବା

ଏଟିଏମ୍ କାର୍ଡ ଚୋରି କିମ୍ବା କାର୍ଡ କ୍ଲୋନିଂ ଘଟଣା ସବୁବେଳେ ବଢ଼ିବାକୁ ଲାଗିଛି। ବ୍ୟାଙ୍କ ଏବଂ ଆରବିଆଇ ଦ୍ବାରା ବହୁତ ପଦକ୍ଷେପ ଉଠାଇବା ପରେ ମଧ୍ୟ ଏହି ଘଟଣା ଉପରେ ଲଗାମ ଲଗାଯାଇ ପାରୁନାହିଁ। ଏମିତିରେ ଦେଶର ସବୁଠାରୁ ବଡ ବ୍ୟାଙ୍କ ଏକ ନୂଆ ସୁବିଧା ଆରମ୍ଭ କରିଛନ୍ତି। ଏହି ସୁବିଧା ଦ୍ବାରା ୟୁଜରନେମ ଏବଂ ପାସୱାର୍ଡର ବ୍ୟବହାର ନକରି ଆପଣ ଆପଣଙ୍କ କାର୍ଡକୁ ବ୍ଲକ୍ କରିପାରିବେ।

ମିନିଟରେ ବନ୍ଦ ହୋଇଯିବ ଆପଣଙ୍କ କାର୍ଡ

ଯଦି ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ କାର୍ଡ ଧାରକ ତେବେ ଧୋକାର ଶିକାର ହେବା ପୂର୍ବରୁ ଆପଣ ଆପଣଙ୍କ କାର୍ଡକୁ କେଉଁଠି ବି ବନ୍ଦ କରିପାରିବେ। ଏଥିପାଇଁ ଆପଣଙ୍କୁ ନେଟ ବ୍ୟାଙ୍କିଂ ର ବ୍ୟବହାର କରିବାକୁ ମଧ୍ୟ ପଡିବ ନାହିଁ। ଏଥିପାଇଁ ଆପଣଙ୍କୁ ବ୍ୟାଙ୍କର ଗ୍ରାହକ ସେବା ଅଧିକାରୀଙ୍କୁ ମଧ୍ୟ ଫୋନ କରିବାକୁ ପଡିବ ନାହିଁ।

sbii

ଏମିତି କରିବେ ଆପଣଙ୍କ କାର୍ଡକୁ ବ୍ଲକ୍

ଯଦି ଆପଣଙ୍କୁ ଆପଣଙ୍କ ଏଟିଏମ୍ କାର୍ଡକୁ ବନ୍ଦ କରିବାର ଅଛି ତେବେ ଏସଏମଏସ ଜରିଆରେ ଏପରି କରିପାରିବେ। ଏଥିପାଇଁ ଆପଣଙ୍କୁ ନିଜର ରେଜିଷ୍ଟରର୍ଡ ମୋବାଇଲ ନମ୍ବରରେ ଏହି ଫର୍ମାଟରେ ମେସେଜ୍ ଟାଇପ କରିବାକୁ ହେବ। ‘BLOCKXXXX’ ଏଥିରେ XXXX  ଆପଣଙ୍କ ଏଟିଏମ୍ କାର୍ଡର ଶେଷ ଚାରି ସଂଖ୍ୟା।

ଧରାଯାଉ ଆପଣଙ୍କ କାର୍ଡରେ ୧୨ ଅଙ୍କ ରହିଛି। ୧୨୩୪୫୬୭୮୯୦୧୨ ତେବେ ଆପଣଙ୍କୁ ‘BLOCK୯୦୧୨’ ଲେଖି ୫୬୭୬୭୬ରେ ପଠାଇବାକୁ ହେବ। ମେସେଜ ପଠାଇବା ପରେ ଆପଣଙ୍କ ମୋବାଇଲକୁ କନଫର୍ମମେସନ ମେସେଜ୍ ଆସିବ। ଯେଉଁତିରେ ଟିକେଟ ନମ୍ବର, ତାରିଖ ଏବଂ ସମୟ ଲେଖିବାକୁ ହେବ। ଏହାପରେ ଆପଣ ବ୍ୟାଙ୍କକୁ ଯାଇ ନୂଆ କାର୍ଡ ଜାରୀ କରିବା ପାଇଁ ଫର୍ମ ଭରିବାକୁ ହେବ।

sbiଅନ-ଅଫ ସୁବିଧା

ବ୍ୟାଙ୍କ୍ ଆପଣଙ୍କୁ ନିଜ କାର୍ଡରେ ଅନ-ଅଫର ସୁବିଧା ମଧ୍ୟ ଦେଇଥାଏ। ଏହି ସୁବିଧାକୁ ଆକ୍ଟିଭେଟ କିମ୍ବା ଡିଆକ୍ଟିଭେଟ କରିବା ପାଇଁ ଆପଣଙ୍କୁ ଏସଏମଏସ ପଠାଇବାକୁ ହେବ। ଆପଣ ପଏଣ୍ଟ ଅଫ୍ ସେଲ( ପିଓଏସ), ଏଟିଏମ, ଅନ୍ତରାଷ୍ଟ୍ରୀୟ ଏବଂ ଘରୋଇ ପ୍ରୟୋଗ ପାଇଁ କାର୍ଡକୁ ବନ୍ଦ କିମ୍ବା ଚାଲୁ କରିପାରିବେ। ‘SWON/SWOFFATM/POS/ECOM/INTL/DOM XXXX’ ଟାଇପ କରି ୦୯୨୨୩୯୬୬୬୬୬ରେ ପଠାଇବାକୁ ହେବ।

ଉଦାହରଣ ପାଇଁ ପଏଣ୍ଟ ଅଫ୍ ସେଲ ଆକ୍ଟିଭେଟ କରିବା ପାଇଁ  SWON POS ୧୨୩୪କୁ ପଠାଇବାକୁ ହେବ। ସେହିଭଳି ବନ୍ଦ କରିବା ପାଇଁ SWOFF POS ୧୨୩୪କୁ ପଠାଇବାକୁ ହେବ। ଏହିଭଳି ଭାବେ ଆପଣ ସହଜରେ ଆପଣଙ୍କ କାର୍ଡରେ ହେବାକୁ ଥିବା ଧୋକାରୁ ରକ୍ଷା ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.