Below header

ପାହାଳ : ସିକ୍ୟୁରିଟି ଗାର୍ଡଙ୍କୁ ତଣ୍ଟି କାଟି ହତ୍ୟା

ଭୁବନେଶ୍ୱର : ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା ଅଭିଯୋଗ । ଭୁବନେଶ୍ୱର ବାଲିଅନ୍ତା ଥାନା ଅନ୍ତର୍ଗତ ପାହାଳରେ ସାରଳା ମାର୍ବଲ୍ସ ଦୋକାନର ସିକ୍ୟୁରିଟି ଗାର୍ଡ ଗଦାଧର ସ୍ୱାଇଁଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ସେ ମେସ୍‌ରେ ରୋଷେଇ କରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଗଦା ସ୍ୱାଇଁଙ୍କ ଘର କଟକ ସଦର ଥାନା ଅନ୍ତର୍ଗତ ଗବବସ୍ତର ଉଷୁମା ଗାଁରେ। ମୃତକଙ୍କ ପରିବାର ଲୋକ କଟକ-ଭୁବନେଶ୍ୱର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ବନ୍ଦ ରଖିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ ଦୁଇ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ। ବାଲିଅନ୍ତା ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛିି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.