ପୁରୀ : ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି। ମହାପ୍ରଭୁଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବାୟତ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ଗୁପ୍ତ ନୀତି ସଂପନ୍ନ କରାଯିବ। ଏଥିପାଇଁ ସର୍ବସାଧାରଣ ଦର୍ଶନ ଅପରାହ୍ଣ ୪ଟା ରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ବନ୍ଦ ରହିବ । ଏହି ବନକଲାଗିରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ପାରମ୍ପରିକ ରଙ୍ଗ ହିଂଗୁଳ, ହରିତାଳ, କର୍ପୂର, ଚନ୍ଦନ ଓ କସ୍ତୁରୀ ଲଗାଯାଇ ଶୃଙ୍ଗାର କରାଯିବା ପରମ୍ପରା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.