ଅକ୍ଟୋବର ୧ରୁ ଋଣଦାତାଙ୍କୁ ଏସ୍‌ବିଆଇ ଦେବ ଖାସ୍‌ ଫାଇଦା, ଜାଣନ୍ତୁ କ’ଣ

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଋଣ, ଘରୋଇ ଋଣ, କାର ଋଣ ଓ ଅନ୍ୟ କ୍ଷୁଦ୍ର ଋଣ ଉପରେ ଅକ୍ଟୋବର ୧ରୁ ସୁଧ ହାର ରେପୋ ରେଟ୍‌ ଆଧାରରେ ଆଦାୟ କରିବ। ଏନେଇ ବ୍ୟାଙ୍କ ତରଫରୁ ସୋମବାର ଘୋଷଣା କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ୪ ତାରିଖରେ ସମସ୍ତ ବ୍ୟାଙ୍କକୁ ନିଜ ପରିବର୍ତ୍ତନୀୟ ସୁଧଦର ସମ୍ବନ୍ଧରେ ଜଣାଇବାକୁ ବିଧିବଦ୍ଧ ଭାବେ ଘୋଷଣା କରିବା ପରେ ଏସ୍‌ବିଆଇ ଏଭଳି ବିଜ୍ଞପ୍ତି ଜାରି କରିଛି।

ଏହାସହ ପଢନ୍ତୁ: ପୁରୁଣା ଗାଡ଼ିର ପୁଣି ରେଜିଷ୍ଟ୍ରେସନ୍‌ ପାଇଁ ଦେବାକୁ ପଡ଼ିବ ୨୫ ଗୁଣ ଅଧିକ ଟଙ୍କା! ଜାଣନ୍ତୁ କ’ଣ ରହିଛି ସରକାରଙ୍କ ପ୍ଲାନ୍‌

ଏସ୍‌ବିଆଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛି ଯେ ସମସ୍ତ ପରିବର୍ତ୍ତନୀୟ ସୁଧହାର ଆଦାୟ ବେଳେ ଆମେ ସୁଧହାରର ବାହାର ମାନକ ରେପୋ ରେଟ୍‌କୁ ଆପଣାଇବାକୁ ନିଷ୍ପତ୍ତି ନେଇଛୁ। ଲଘୁ ଏବଂ ଉଦ୍ୟୋଗ ଋଣ, ଗୃହ ଋଣ ଏବଂ ଅନ୍ୟ କ୍ଷୁଦ୍ର ଋଣ ପାଇଁ ଚଳିତ ଅକ୍ଟୋବର ପହିଲାରୁ ଏହି ନିୟମ ଲାଗୁ ହେବ।

ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ରେପୋ ଦର, ତିନିମାସିଆ କିମ୍ବା ଛଅମାସିଆ ରାଜକୋଷ ବିଲ୍‌ କିମ୍ବା ଫାଇନାନ୍‌ସିଆଲ ବେଞ୍ଚ୍‌ମାର୍କ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ ଦ୍ୱାରା ଜାରି କରାଯାଇଥିବା ଯେକୌଣସି ବଜାର ସୁଧହାରର ମାନକ ମଧ୍ୟରୁ କୌଣସି ଗୋଟିଏ ଚୟନ କରି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.