ଭୂମିକମ୍ପରେ ଦୋହଲିଲା ଦିଲ୍ଲୀ ସମେତ ଉତ୍ତର ଭାରତ
ନୂଆଦିଲ୍ଲୀ : ଦିଲ୍ଲୀ ସମେତ ଉତ୍ତର ଭାରତର କେତେକ ରାଜ୍ୟରେ ଭୂମିକମ୍ପ ଅନୁଭୂତ ହୋଇଛି । କିଛି ସମୟ ତଳେ ଏଠାକାର ଲୋକେ ଭୂକମ୍ପର ଝଟ୍କା ଅନୁଭବ କରିଛନ୍ତି । ଦିଲ୍ଲୀ ଏନ୍ସିଆର, ପଞ୍ଜାବ, ହରିଣା, ଚଣ୍ଡିଗଡ଼, ଜମ୍ମୁ କଶ୍ମୀରରେ ଠିକ୍ ଅପରାହ୍ନ ୪.୩୫ ମିନିଟ୍ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୧ ।
ତେବେ ଭୂମିକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନରେ ବୋଲି ଜଣାପଡ଼ିଛି । ଲାହୋର ଠାରୁ ୧୭୩ କିଲୋମିଟର ଦୂର ରାଓ୍ଵଲପିଣ୍ଡି ନିକଟ ଭୂଗର୍ଭରେ ଏହି ଭୂକମ୍ପ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ତେବେ ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳି ନାହିଁ ।
#earthquake in Delhi NCR. pic.twitter.com/LdCX6ZG6Qw
— kanha (@kanha89) September 24, 2019