Below header

ସ୍ତ୍ରୀ ଓ ଝିଅକୁ ହତ୍ୟା କରିବା ପରେ ନିଜେ କରିଥିଲେ ଆତ୍ମହତ୍ୟା, ଘଟଣା ପଛର ପ୍ରକୃତ କାରଣ ଖୋଜୁଛି ପୋଲିସ

ରାଉରକେଲା : ଅଧିକ ଯୌତୁକ ଟଙ୍କା ଓ କାର ଦାବି କରି ବିଫଳ ହେବା ସହ ଝିଅ ଜନ୍ମ ହେବା ଯୋଗୁଁ ଜଣେ ଉଚ୍ଚ ଶିକ୍ଷିତ ଯୁବକ ନିଜର ନବ ବିବାହିତା ପତ୍ନୀ ଓ ଅଠର ମାସର ଝିଅକୁ ହତ୍ୟା କରିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

765

 

ଖବର ଅନୁଯାୟୀ, ରାଉରକେଲା ସହରର ସେକ୍ଟର 1 ସି 112 କ୍ୱାର୍ଟରରେ ମୂଳ ବାସିନ୍ଦା ବିଶାଖାପାଟଣା ଫୁଡ କର୍ପୋରେସନ ଅଫ ଇଣ୍ଡିଆରେ ଡେପୁଟି ମ୍ୟାନେଜର ଭାବେ କାମ କରୁଥିବା ସକ୍ରଜିତ ଭଞ୍ଜ ନାମକ ଯୁବକ ଜଣଙ୍କ 2017 ମସିହା ଜାନୁୟାରୀ ମାସରେ ସୁଖଲତା ଧଳ ସାମନ୍ତଙ୍କୁ ବିବାହ କରିଥିଲେ। ଦୁହେଁ ବିଶାଖାପାଟନମ୍‌ର ଜାହ୍ନବୀ ଏନକ୍ଲେବର 101 କ୍ୱାର୍ଟରରେ ସକ୍ରଜିତ ନିଜ ପତ୍ନୀ ଓ ଝିଅଙ୍କ ସହିତ ରହୁଥିଲେ । ବିବାହ ପରେ କାର ଓ ଅଧିକ ଯୌତୁକ ଟଙ୍କା ଦାବି କରିଆସୁଥିଲେ।

rr

 

ଏହି କାରଣରୁ ନିଜର ପତ୍ନୀ ସୁଖଲତା 27 ବର୍ଷ ଓ ଅଠରମାସର ଶିଶୁ କନ୍ୟାଙ୍କୁ ନୃଶଂସ ଭାବେ ହତ୍ୟା କରିଛନ୍ତି। ସେମାନଙ୍କୁ ହତ୍ୟା କରିବା ପରେ ନିଜେ ବାମଡା ନିକଟରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରଥମେ ନିଜ ସ୍ତ୍ରୀର ମୁଣ୍ଡକୁ ପିଟି ଓ ବେକକୁ ଛୁରିରେ କାଟି ହତ୍ୟା କରିବା ପରେ ନିଜର ଅଠର ମାସର ଶିଶୁ କନ୍ୟାକୁ ପାଣି ଟବରେ ବୁଡାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଗତ 19 ତାରିଖ ପତ୍ନୀ ଓ ଝିଅକୁ ହତ୍ୟା କରିବା ପରେ ସୁକ୍ରଜିତ ଛୁଟି ନେଇ ଟ୍ରେନ ଯୋଗେ ରାଉରକେଲା ଆସିଥିଲେ । ରାଉରକେଲା ସହରରେ ପହଁଞ୍ଚିବା ପୁର୍ବରୁ ଗତ 20 ତାରିଖ ନିଜ ମାଙ୍କୁ ଟେଲିଫୋନ କରି ନିଜ ପତ୍ନୀ ଓ ଝିଅକୁ ହତ୍ୟା କରିଥିବା ସୂଚନା ଦେବା ସହ ସେ ବାମଡାରେ ଆତ୍ମହତ୍ୟା କରୁଥିବା କଥା କହି ଫୋନ କାଟିଦେଇଥିଲେ।

67

ପତ୍ନୀ ଓ ଝିଅକୁ ହତ୍ୟା କରିବା ପରେ ମାନସିକ ଭାରସାମ୍ୟ ହରାଇ ଓ ପଶ୍ଚାତାପ କରିବା ପରେ ବାମଡା ନିକଟରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟା ପଛର ନିର୍ଦ୍ଧିଷ୍ଟ କାରଣ କଣ ରହିଛି ସେନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ପୋଲିସ ସମସ୍ତ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.