SBI ରୁ ବାହାରିବେ ୩୦ ହଜାର କର୍ମଚାରୀ ! ଭିଆରଏସ୍‌ ନେବାକୁ ଯୋଜନା କରୁଛି ବ୍ୟାଙ୍କ

ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ କର୍ମଚାରୀଙ୍କ ସଂଖ୍ୟା କମାଇବା ପାଇଁ ଯୋଜନା ଚଳାଇଛି। ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ସ୍ବେଚ୍ଛାକୃତ ଅବସର ସ୍କିମ୍ (ଭିଆରଏସ୍‌ ) ପ୍ରସ୍ତୁତ କରାଯାଇଛି। ବ୍ୟାଙ୍କର ୩୦,୧୯୦ ଜଣ କର୍ମଚାରୀ ଏହି ସ୍କିମ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସୂତ୍ର ମୁତାବକ, ଭିଆରଏସ୍‌ ସ୍କିମର ଚିଠା ପ୍ରସ୍ତୁତ ହୋଇଥିବା ବେଳେ ତାହା ବୋର୍ଡର ଅନୁମୋଦନ ଅପେକ୍ଷାରେ ରହିଛି। ଆଉ ଏହି ଯୋଜନା ଅନୁଯାୟୀ ୩୦୧୯୦ କର୍ମଚାରୀ ବ୍ୟାଙ୍କରୁ ଛଟେଇ ହୋଇପାରନ୍ତି। ଭିଆରଏସ୍‌ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇ ବୋର୍ଡ ମଞ୍ଜୁରୀ ଅପେକ୍ଷାରେ ରହିଛି। ଏହି ପ୍ରସ୍ତାବିତ ଭିଆରଏସ ନାମ‘ସେକେଣ୍ଡ ଇନିସ୍ ଟ୍ୟାପ୍ ଭିଆରଏସ୍‌ -୨୦୨୦’ ରହିଛି।

ଷ୍ଟେଟ୍ ବ୍ୟାଙ୍କରେ ୨,୪୯,୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ମାତ୍ର ୨୦୧୯ରେ ସେମାନଙ୍କ ସଂଖ୍ୟା ୨,୫୭,୦୦୦ ଥିଲା। ପ୍ରସ୍ତାବିତ ଡ୍ରାଫ୍ଟ ମୁତାବକ, ଷ୍ଟେଟ୍ ବ୍ୟାଙ୍କର ୧୧,୫୬୫ ଅଧିକାରୀ ଏବଂ ୧୮,୬୨୫ କର୍ମଚାରୀ ଭିଆରଏସ୍‌ ପାଇଁ ଆବେଦନ କରିବାକୁ ଯୋଗ୍ୟ। ପ୍ରସ୍ତାବିତ ଭିଆରଏସ୍‌ ସ୍କିମ୍ କିନ୍ତୁ କର୍ମଚାରୀ ସଂଘର ସମର୍ଥନ ହାସଲ କରିବାରେ ବିଫଳ ହୋଇଛି। ସାରା ଦେଶ କରୋନା ମହାମାରୀ ସହିତ ଲଢ଼େଇ କରୁଥିବା ଭଳି ଏକ ସଙ୍କଟମୟ ସମୟରେ ଏଭଳି ସ୍କିମ୍ ଆଣିବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କର୍ମଚାରୀ ବିରୋଧୀ ମନୋଭାବର ପ୍ରତିଫଳନ ହେଉଛି।

sceme

ପ୍ରସ୍ତାବିତ ସ୍କିମର ଲକ୍ଷ୍ୟ ହେଉଛି ବ୍ୟାଙ୍କର ଖର୍ଚ୍ଚ ଓ ମାନବ ସମ୍ବଳରେ ପାରଦର୍ଶିତା ଆଣିବା। ଯେଉଁମାନଙ୍କର କିଛି ବ୍ୟକ୍ତିଗତ ସମସ୍ୟା ରହିଛି କିମ୍ବା ଯେଉଁମାନେ ବ୍ୟାଙ୍କ ଚାକିରି ବାହାରେ ଏକ ପେଶାଦାର କିମ୍ବା ବ୍ୟକ୍ତିଗତ ଜୀବନ ଆରମ୍ଭ କରିବାକୁ ଚାହୁଛନ୍ତି ସେମାନେ ଏହି ଭିଆରଏସ୍‌ ସ୍କିମର ଲାଭ ଉଠାଇପାରିବେ। ଷ୍ଟେଟ୍ ବ୍ୟାଙ୍କରେ ୨୫ ବର୍ଷର ଚାକିରି କାଳ ପୂରଣ କରିଥିବା କିମ୍ବା ଯେଉଁମାନଙ୍କ ବୟସ ୫୫ ବର୍ଷରୁ ଅଧିକ ହୋଇଗଲାଣି ସେମାନଙ୍କ ପାଇଁ ଏହି ସ୍କିମ୍ ଆସିବ। ଏହି ବର୍ଗରେ ଆସୁଥିବା ବ୍ୟାଙ୍କର ସମସ୍ତ ସ୍ଥାୟୀ ଅଧିକାରୀ ଓ କର୍ମଚାରୀମାନେ ଏହି ସ୍କିମରେ ସାମିଲ ହୋଇପାରିବ। ଏହି ସ୍କିମ୍ ଡିସେମ୍ବର ୧ରେ ଖୋଲିବ ଏବଂ ଆସନ୍ତା ବର୍ଷ ଫେବ୍ରୁଆରି ପର୍ଯ୍ୟନ୍ତ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.