ଗ୍ରାହକଙ୍କୁ ସତର୍କ କଲା ଏସ୍‌ବିଆଇ, ଏହି ଦିନ ଇଣ୍ଟରନେଟ୍‌ ବ୍ୟାଙ୍କିଂ ବେଳେ ଉପୁଜିପାରେ ସମସ୍ୟା

ନଭେମ୍ବର ୨୨ ତାରିଖ ଅର୍ଥାତ୍‌ ଆସନ୍ତା ରବିବାର ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସେବା ବ୍ୟାହତ ହୋଇପାରେ। ଏନେଇ ବ୍ୟାଙ୍କ ତରଫରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିଜ ଅଫିସିଆଲ ୱେବ୍‌ସାଇଟ୍‌ରେ ଟ୍ଵିଟ୍‌ କରି ଲେଖିଛି ଯେ ୨୨ ନଭେମ୍ବରରେ INB/YONO/YONO ଲାଇଟ୍‌ର ବ୍ୟବହାର କରିବା ସମୟରେ ଗ୍ରାହକଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅର୍ଥାତ୍‌ ୨୨ ତାରିଖରେ ଯଦି ଆପଣ ଏହି ଆପ୍‌ ବ୍ୟବହାର କରୁଛନ୍ତି, ତେବେ କିଛି ଅସୁବିଧା ହୋଇପାରେ। ଗୁରୁବାର ସନ୍ଧ୍ୟାରେ ବ୍ୟାଙ୍କ ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛି।

ସୂଚନା ମୁତାବକ ରବିବାର ବ୍ୟାଙ୍କ ନିଜ ଇଣ୍ଟରନେଟ୍‌ ବ୍ୟାଙ୍କିଂ ପ୍ଲାଟଫର୍ମକୁ ଅପଗ୍ରେଡ୍‌ କରିବ। ଏଣୁ ବ୍ୟାଙ୍କ ସହ ଜଡ଼ିତ ସେବାରେ ବାଧା ଉପୁଜିପାରେ। କିଛି ୟୁଜରଙ୍କ ମୋବାଇଲରେ ଏହି ଆପ୍‌ ଖୋଲିବି ନ ପାରେ। ଏଣୁ ବ୍ୟସ୍ତ ନ ହେବାକୁ ବ୍ୟାଙ୍କ ତରଫରୁ ପରାମର୍ଶ ଦିଆଯାଇଛି।

ଏସ୍‌ବିଆଇ ଟ୍ଵିଟ୍‌ କରି ଲେଖିଛି ଆମେ ନିଜ ସମ୍ମାନିତ ଗ୍ରାହକଙ୍କୁ ଅନୁରୋଧ କରୁଛି ଯେ ଆପଣଙ୍କୁ ଉତ୍ତମ ସେବା ଦେବା ପାଇଁ ଆମେ ଆମ ପ୍ଲାଟଫର୍ମକୁ ଅପଗ୍ରେଡ୍‌ କରୁଛୁ। ଏଣୁ ଯଦି କିଛି ଜରୁରୀ କାମ ଅଛି ତେବେ ୨୨ ନଭେମ୍ବର ପୂର୍ବରୁ ତାହାକୁ ଶେଷ କରି ଦିଅନ୍ତୁ। ଗ୍ରାହକଙ୍କୁ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡ଼େ, ସେଥିପାଇଁ ଆମେ ଆଗୁଆ ସୂଚନା ଦେଉଛୁ ବୋଲି କହିଛି ଏସ୍‌ବିଆଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.