କଅଁଳ ମନରେ ବଞ୍ଚିବାକୁ ରାହା ଖୋଜୁଛନ୍ତି ଦୁଇ ଅନାଥ ଝିଅ ସାମୁଦ୍ରିକା ଓ ପ୍ରିୟଦର୍ଶିନୀ, ଯାହାଙ୍କ ବିଷୟରେ ଜାଣିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ

କ୍ୟାନ୍ସରରେ ବାପା ଆଉ ଦୁଇ ବର୍ଷ ପରେ ରାସ୍ତା ଦୁର୍ଘଟଣାରେ ଚାଲିଗଲେ ମା । ଆଗ ପଛ ହୋଇ ଆରପାରିକୁ ଚାଲିଗଲେ। ପଛରେ ଛାଡ଼ି ଦେଇଗଲେ ଦୁଇ ଦୁଇଟି ଝିଅ । ଜୀବନ ଆରମ୍ଭ ପୂର୍ବରୁ ବାଟବଣା ହୋଇପଡିଛନ୍ତି ଦୁଇ ସନ୍ତାନ । ଏବେ ସେମାନଙ୍କ ସହ ଯୋଡ଼ି ହୋଇଯାଇଛି ଅନାଥ ଶବ୍ଦଟିଏ । କେମିତି ବଞ୍ଚିବେ, କଣ ହେବ ସେମାନଙ୍କ ଭବିଷ୍ୟତ ? ତାକୁ ନେଇ ଚିନ୍ତାରେ ପଡିଛନ୍ତି ଅଭାବ-ଅନଟନରେ ଜୀବନ ବିତାଉଥିବା ସେମାନଙ୍କ ଅଜା-ଆଈ ।

orphanଗଂଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ ହାତିଓଟ ଗାଁର ଏ ପିଲା ଦୁଇଟି ହେଉଛନ୍ତି ସାମୁଦ୍ରିକା ଓ ପ୍ରିୟଦର୍ଶିନୀ । ସାମୁଦ୍ରିକାର ବୟସ ମାତ୍ର ୧୨ ବର୍ଷ । ଦୁନିଆକୁ ଭଲଭାବରେ ଜାଣିନଥିବା ଏହି ଦୁଇ କଅଁଳ ଶିଶୁ ଦୁଃଖକୁ ଅଙ୍ଗେ ନିଭେଇ ସାରିଲେଣି। ଜନ୍ମକଲା ମା ପାଖରୁ ଯେତିକି ସ୍ନେହ ପାଇଥିଲା ସେ ସବୁକୁ ସାନ ଭଉଣୀ ପାଖରେ ଅଜାଡ଼ି ଦେବାକୁ ପଡ଼ୁଛି ବଡ ଭଉଣୀ ସାମୁଦ୍ରିକାକୁ। ନିଜେ କାନ୍ଦୁଛି, ତଥାପି ସାନଭଉଣୀ ଆଖିର ଲୁହକୁ ପୋଛି ଦେଉଛି । ଏମିତି ଦୁଃଖ , ବୋଧହୁଏ ଦୁନିଆଁର କମ୍ ଲୋକଙ୍କ ଭାଗ୍ୟରେ ହୋଇଥିବ ।

childତେବେ ସୂଚନା ଅନୂଯାୟୀ ହାତିଓଟ ଗାଁର ସଂଧ୍ୟାରାଣୀ ପଟ୍ଟନାୟକ । ନିକଟସ୍ଥ ଆଠଗଡ଼ପାଟଣା ଗାଁର ହରିହର ମହାନ୍ତିଙ୍କୁ ୨୦୦୭ ମସିହାରେ ବିବାହ କରିଥିଲେ । ସୁରତରେ କାମ କରି ପରିବାର ଚଳାଉଥିବା ହରିହର କ୍ୟାନ୍ସରରେ ପୀଡ଼ିତ ହୋଇ ଗତ ଦୁଇ ବର୍ଷ ତଳେ, ତାଙ୍କର ମୃତ୍ୟୁ ହୋଇଗଲା। ତେବେ ସ୍ବାମୀଙ୍କ ମୃତ୍ୟୁ ପରେ ଘରର ଅବସ୍ଥା ଭଲ ନଥିବାରୁ ବାଧ୍ୟହୋଇ ସଂଧ୍ୟାରାଣୀ ବାପଘରକୁ ଚାଲି ଆସିଲେ । ଗାଁ ପାଖ ଏକ କଲେଜରେ ପିଅନ ଭାବେ କାମ କଲେ । ଯାହା ପାରିଶ୍ରମିକ ମିଳୁଥିଲା ସେତକରେ ବାପଘରେ ରହି କଷ୍ଟେମଷ୍ଟେ ଦୁଇ ପିଲାଙ୍କୁ ନେଇ ଚଳିବାକୁ ପଡୁଥିଲା । ତେବେ ଏକିତିରେ ଦୁଃଖ ବୋଧ ହୁଏ ସରିନଥିଲା। ଗତ ଅକ୍ଟୋବର ୧୯ ତାରିଖ ଦିନ ସାନ ଭାଇ ସହ ବାଇକ୍ରେ କୈ।ଣସି କାମରେ ଯାଉଥିବାବେଳେ ରାସ୍ତାରେ ଏକ କାର୍ ତାଙ୍କ ବାଇକ୍କୁ ଧକ୍କା ଦେବାରୁ ଗୁରୁତର ଆହତ ହେଲେ ସଂଧ୍ୟାରାଣୀ ।

Screenshot କଟକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅକଟୋବର ୨୨ ତାରିଖରେ ତାଙ୍କର ମୃତ୍ୟୁ ହେଲା । ଏପଟେ ଘରେ ରହିଗଲେ ବୁଢ଼ା ବାପା ମାଆ ଓ ଛୋଟ ଛୋଟ କଅଁଳ ଝିଅ ଦୁଇ ଜଣ । ମୃତ ସଂଧ୍ୟାରାଣୀଙ୍କ ବାପଘର ଅବସ୍ଥା ମଧ୍ୟ ସ୍ୱଚ୍ଛଳ ନୁହେଁ । ଏବେ ଝିଅର ମୃତ୍ୟୁ ପରେ ଦୁଇ ନାତୁଣୀଙ୍କୁ କେମିତି ମଣିଷ କରିବେ, ସହି ଚିନ୍ତାରେ ମୃତ ସଂଧ୍ୟାରାଣୀଙ୍କ ବାପା-ମା । ସାମୁଦ୍ରିକା ଓ ପ୍ରିୟଦର୍ଶିନୀଙ୍କୁ ନେଇ ଯିଏ ସ୍ୱପ୍ନ ଦେଖିଥିଲେ ସେମାନେ ଏବେ ଆରପାରିରେ । ଅଜା-ଆଈଙ୍କ ଅଭାବୀ ସଂସାର ଭିତରେ ବଞ୍ଚିବାର ରାହା ଖୋଜୁଛନ୍ତି ଦୁଇ ଅନାଥ ଝିଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.