ଏସବିଆଇ ଏବେ ତାର ପେନସନ ଭୋଗୀଙ୍କ ପାଇଁ ନୂଆ ଫାସିଲିଟି ଯୋଗାଇଛି। ଏହାପରେ ଏବେ ପେନସନ ଉପଭୋଗୀଙ୍କୁ ବ୍ୟାଙ୍କକୁ ଯାଇ ପେନସନ ଆଣିବାକୁ ପଡ଼ିବ ନାହିଁ। ଏହାସହ ସମସ୍ତ ପେନସନ ଭୋଗୀ ଏବେ ନିଜ ଲାଇଫ ସାର୍ଟିଫିକେଟକୁ ସବମିଟ୍ କରିବା ପାଇଁ ବ୍ୟାଙ୍କ ଯିବାକୁ ପଡ଼ିବ ନାହିଁ। ମାନେ ଏବେ ଘରେ ରହି ମଧ୍ୟ ସେମାନେ ଏହି କାମ କରିପାରିବ।
ଏହି ନୂଆ ଅପଡେଟ ଏସବିଆଇର ଟ୍ଵିଟର ଆକାଉଣ୍ଟରେ ଜଣାପଡ଼ିଛି। ଟ୍ଵିଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏବେ ପେନସନ ଭୋଗୀ ନିଜ ଲାଇଫ ସାର୍ଟିଫିକେଟକୁ ଭିଡ଼ିଓ କଲ ମାଧ୍ୟମରେ ସବମିଟ୍ କରିପାରିବେ। ଏବେ ଜାଣନ୍ତୁ ଘରେ ବସି ଏହି କାମକୁ କିପରି ପ୍ରୋସିଡ କରିବେ:
-ପ୍ରଥମେ ଆପଣଙ୍କୁ ଏହାର ଅଫିସିଆଲ େଓ୍ଵବସାଇଟକୁ ଯିବାକୁ ହେବ। ଯାହା ସ୍କ୍ରିନରେ ଦିଆଯାଇଛି।
https://www.pensionseva.sbi/
-ଏହାପରେ ଆପଣ Video LC ଅପସନକୁ ଚୁଜ କରନ୍ତୁ।
-ନେକ୍ସଟ ଷ୍ଟେପରେ ଆପଣ ନିଜର ଏସବିଆଇ ପେନସନ ଆକାଉଣ୍ଟ ନମ୍ବରକୁ ଏଣ୍ଟର କରନ୍ତୁ।
-ଏହାପରେ ଆପଣଙ୍କ ରେଜିଷ୍ଟ୍ରଡ ମୋବାଇଲ ନମ୍ବରକୁ ଏକ ଓଟିପି ନମ୍ବର ଆସିବ।
-ଧ୍ୟାନ ଦେବେ ଏହାପରେ ଆପଣଙ୍କ ସାମ୍ନାକୁ ଏକ ଫର୍ମ ଆସିବ। ଯେଉଁଥିରେ ସବୁ ଟର୍ମସ ଆଣ୍ଡ କଣ୍ଡିସନ୍ ଲେଖାହୋଇଥିବ। ଏହାକୁ ଭଲ ଭାବେ ପଢ଼ିବା ପରେ ହିଁ start journey ଅପସନକୁ କ୍ଲିକ କରନ୍ତୁ।
-ଶେଷରେ ନିଜ ପାନକାର୍ଡର ତଥ୍ୟକୁ ଏଣ୍ଟର କରାଇ I am ready ଅପସନ କୁ କ୍ଳିକ କରନ୍ତୁ।
– ପରେ ଭିଡ଼ିଓ କଲ ପାଇଁ ପରମିସନ ଦିଅନ୍ତୁ।
-ତେବେ ଏହି ଭିଡ଼ିଓ କଲରେ ଆପଣଙ୍କ ସହ ଏସବିଆଇର ଜଣେ ଅଫିସର ଆଭିଲେଭଲ ରହିବେ। ଏହାପରେ ନିଜର ସମୟକୁ ଧ୍ୟାନରେ ରଖି ଭିଡ଼ିଓ କଲରେ ନିଜ ଫର୍ମକୁ ସବମିଟ କରନ୍ତୁ।
-ଭିଡ଼ିଓ କଲ ସମୟରେ ଆପଣଙ୍କୁ ନିଜର ୪ଡିଜିଟ ନମ୍ବର ଅଫିସରଙ୍କୁ କହିବାକୁ ହେବ।
-ଏଥିରେ ପ୍ରମାଣ ପାଇଁ ଆପଣଙ୍କୁ ପାନକାର୍ଡ ଦେଖାଇବାକୁ ହେବ। ସେମାନେ ଏହାର ସ୍କ୍ରିନସଟ ନେଇ ଭେରିଫାଏ କରିବେ।
-ଶେଷରେ ନିଜ ଲାଇଫ ସାର୍ଟିଫିକେଟକୁ ଆପଣ ସବମିଟ କରାଇପାରିବେ।
ଯଦି ଆପଣଙ୍କ ଏହି ପ୍ରୋସେସ୍ ଫେଲ ହୋଇଯାଇଛି ତେବେ ଆପଣ ଏହା ସମ୍ପର୍କରେ ଭିଡ଼ିଓ କଲରେ କହିପାରିବେ। ଏହି ସମସ୍ୟା ଉପୁଜିଲେ ପେନସନ ଭୋଗୀ ନିକଟସ୍ଥ ବ୍ରାଞ୍ଚକୁ ଯାଇ ଫର୍ମ ସବମିଟ କରିବାକୁ ହେବ। ତେବେ ସରକାର ଏହାର ଡେଟଲାଇନକୁ ଦ୍ୱିତୀୟ ଥର ଭାବେ ପରିବର୍ତ୍ତନ କରିଛନ୍ତି। ପ୍ରାଥମିକ ଭାବେ ଏହାର ସମୟ ସୀମା ନଭେମ୍ବର ୩୦ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଥିବା ବେଳେ ଏବେ ଏହାକୁ ବଢ଼ାଯାଇ ଫେବ୍ରୁଆରୀ ୨୮ ତାରିଖ ୨୦୨୨ ମସିହା କରାଯାଇଛି।