Below header

ବିନା କୌଣସି ପରୀକ୍ଷା ଦେଇ ପାଆନ୍ତୁ ଏସବିଆଇ ଚାକିରୀ, ଦରମା ମିଳିବ ୮୦ଲକ୍ଷ

ନୂଆଦିଲ୍ଲୀ : ଭାରତର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ନିକଟରେ ବିଭିନ୍ନ ପଦ ପାଇଁ ଆବେଦନ ବାହାର କରିଥିଲା। ଯାହାର ଆବେଦନ କରିବାର ଶେଷ ସମୟ ଆସିଗଲାଣି। ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଆବେଦନ କରିନାହାନ୍ତି ତେବେ କାହାକୁ ଅପେକ୍ଷା କରିଛନ୍ତି ଶୀଘ୍ର କରନ୍ତୁ ଆବେଦନ। ଭାରତୀୟ ଷ୍ଟେଟ ବ୍ୟାଙ୍କରେ ହେଡ, ରିଲେସନସିପ୍ ମ୍ୟାନେଜର ଏବଂ ଅନ୍ୟାନ୍ୟ ପଦ ପାଇଁ ଭର୍ତ୍ତି ଆରମ୍ଭ ହୋଇଛି।

ଆପଣଙ୍କୁ କହିବାକୁ ଚାହିଁବୁ ସମୁଦାୟ ୫୭୯ଟି ପଦ ପାଇଁ ଏସବିଆଇରେ ଆବେଦନ ବାହାରିଥିଲା। ଏହି ପଦ ପାଇଁ କୌଣସି ପ୍ରକାରର ପରୀକ୍ଷା ଦେବାକୁ ପଡୁନଥିଲା ବରଂ ସିଧାସଳଖ ଇଣ୍ଟରଭ୍ୟୁ ଦେବାକୁ ପଡୁଥିଲା। ଏସବିଆଇରେ ଚାକିରୀ କରିବାର ଏହି ସୁବର୍ଣ୍ଣ ସୁଯୋଗ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ରହିଛି।

sbi2

କେଉଁ ପଦ ପାଇଁ ବାହାରିଥିଲା ଆବେଦନ : ବ୍ୟାଙ୍କ ହେଡ଼, କେନ୍ଦ୍ରିୟ ଅନୁସଂନ୍ଧାନ, ରିଲେସନସିପ୍ ମ୍ୟାନେଜର ପାଇଁ ୪୮୬ଟି ପଦ। ରିଲେସନସିପ୍ ମ୍ୟାନେଜର ପାଇଁ ୨୦ଟି ପଦ। ଗ୍ରାହକ ସଂପର୍କ କର୍ମଚାରୀ ପାଇଁ ୬୬ଟି ପଦ। ଆଞ୍ଚଳିକ ଅପେରେସନ୍ ଟିମ୍ ସପୋର୍ଟ ଆଦି ସମୁଦାୟ ୫୭୯ଟି ପଦ ପାଇଁ ଆବେଦନ ବାହାରିଥିଲା।

ତେବେ ଏହି ପଦ ତଥା ଆବେଦନ ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ଆବେଦନକାରୀ ମାନେ ଏସବିଆଇର ଆଧିକାରୀକ ୱେବସାଇଟ https://www.sbi.co.inରେ ଯାଇ ଯାଞ୍ଚ କରିପାରିବେ। ଏହି ଆବେଦନ ପ୍ରକ୍ରିୟା ୨୩.୦୫.୧୯ ରୁ ଆରମ୍ଭ ହୋଇଥିବା ବେଳେ ୧୨.୦୬.୧୯ରେ ଶେଷ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.