ଏହି କୁନି ଛାତ୍ରୀ ମୁକ ବଧିର ବୋଲି ୧୫୦ ସହପାଠି ଓ ୧୪ ଶିକ୍ଷକ ଶିଖିଲେ ସାଂକେତିକ ଭାଷ , ପ୍ରିନ୍ସିପାଲ କହିିଲେ ଏମିତି କଥା

ଆମେରିକା : ୬ବର୍ଷର ବୟସର କୁନି ଝିଅ ମୋରେ ବେଲୋଙ୍ଗର ଜନ୍ମରୁ ଶୁଣି ପାରୁନି କି କହି ପାରୁନି । ଏଥିପାଇଁ ପରିବାର ଚିନ୍ତା ବଢିଛି ସତ କିନ୍ତୁ ଏ କଥାକୁ ନେଇ ଟିକିଏ ବି ଦଃଖ ପ୍ରକାଶ କରି ନାହାନ୍ତି କୁନି ଝିଅଟିର ବାପା ମା। ଝିଅଟି କିପରି ସାଧାରଣ ସ୍କୁଲରେ ପଢିପାରିବ ଓ ଅନ୍ୟ ମାନଙ୍କ ପରି ସମାଜରେ ବଢି ପାରିବ ସେଥିପାଇଁ ସାଧାରଣ ସ୍କୁଲରେ ଆଡମିଶନ କରିଥିଲେ ବାପା ମା । ସ୍କୁଲରେ ଅଡିମିଶନ ଦିନ ମୋରେର ଖୁସି ଆକାଶ ଛୁଆଁ ହୋଇଯାଇଥିଲା। କାରଣ ତା ସାଙ୍ଗର ପାଖା ପାଖି ୧୫୦ ଛାତ୍ର ଛାତ୍ରୀ ଓ ୧୪ ଜଣ ଶିକ୍ଷକ ମୋରେ ମୁକ ବଧିର ଜାଣି ତାକୁ ସଂକେତ ମାଧ୍ୟମରେ ସ୍ବାଗତ କରିଥିଲେ ।ମୋରେ ସେହି ସ୍କୁଲର ଗୋଟିଏ ବୋଲି ମୁକ ବଧିର ଛାତ୍ରୀ ହୋଇଥିବାରୁ ସ୍କୁଲ ସବୁ ଛାତ୍ର ଛାତ୍ରୀ ଓ ଶିକ୍ଷକ ବହୁତ ଖୁସିଅଛନ୍ତି ତାକୁ ସାଧାରଣ ସ୍କୁଲରେ ପଢାଇବାକୁ ନେଇ ।

ସ୍କୁଲର ପ୍ରିନ୍ସପାଲ କିମ୍ବର୍ଲି ସର୍ମ୍ପା କହିଛନ୍ତି ମୋରେ ହେଉଛି ସ୍କୁଲର ଏକମାତ୍ର ନୀରବ ରହୁଥିବା  ଛାତ୍ରୀ ଅଟେ ।ତେଣୁ ତା ପାଇଁ ସ୍କୁଲରେ ଏକ ନୂଆ ପରିବେଶ ସୃଷ୍ଟି ହେଇଛି ଯାହା ଆଗରୁ କେବେ ନଥିଲା ।ଆମେ ସବୁ ତାର ସ୍ବାଗତ ପାଇଁ ଉତ୍ସାହିତ ଥିଲୁ।ଡେଟନର ଏହି ସ୍କୁଲରେ କେବଳ ଶିକ୍ଷକ ଯେ ସାଂକେତି ଭଷା ଶିଖି ନାହାନ୍ତି ବରଂ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ଶିଖାଇଛନ୍ତି। ଏବଂ କାନ୍ଥ ବାଡରେ ମୁକ ବଧିରଙ୍କ ସାଂକେତିକ ଭାଷାର ବୋର୍ଡ ଲଗାଇଛନ୍ତି ।ସ୍କୁଲର ଅନେକ ଛତ୍ର ଛାତ୍ରୀ ମାନେ ମଧ୍ୟ ଦିନକୁ ୨୦ରୁ ୨୫ ଶଦ୍ଧ ଶିଖିଗଲେଣି ।ମୋରେ ସ୍କୁଲର ପ୍ରଥମ ପ୍ରବେଶ ଦିନ ଏତେ ଖୁସି ହୋଇଗଲେ ଯେ, ସେ ନିଜ ସହପାଠିଙ୍କୁ ସାଂକେତିକ ଭାଷା ଶିଖାଇବାକୁ ଲାଗିଲେ।ଶିକ୍ଷକ ମାନେ ମଧ୍ୟ ଭିଡିଓ ଓ ବହିରୁ ସାଂକେତିକ ଭାଷା ଶିଖିବା ଆରମ୍ଭ କରିଦେଇଥିଲେ ।

ଶ୍ରେଣୀରେ ଟ୍ରେନର ମଧ୍ୟ ନିଯୁକ୍ତ ହୋଇଛନ୍ତି

ପ୍ରିନ୍ସିପାଲ ଆଶ୍ଚର୍ଯ୍ୟରେ ପଡିଯାଇଥିଲେ ଯେବେ ସେ ସବୁ ଶିକ୍ଷକମାନେ ମୋରେ ସହିତ ସାଂକେତିକ ଭାଷାରେ ପ୍ରାଞ୍ଜଳ ଭାବେ କଥା ହେଉଥିବାର ଦେଖିଥିଲେ। ଏଥିରେ ପ୍ରଭାବିତ ହୋଇ ସେ ସବୁ ଶ୍ରେଣୀରେ କେବଳ ଶୁଣିବାରେ ସାହାଯ୍ୟ କରୁଥିବା ଉପକରଣ ଲଗାଇନଥିଲେ ବରଂ ସାଂକେତିକ ଭାଷା ବୁଝାଇବା ପାଇଁ ସବୁ ଶ୍ରେଣୀରେ ପ୍ରଶିକ୍ଷକ ମଧ୍ୟ ନିଯୁକ୍ତ କରିଥିଲେ ।ମୋରେଙ୍କ ମା ସାନୁନ ବେଲୋଙ୍ଗର କହିଛନ୍ତି ସବୁ ପିଲା ମାନେ ଯେପରି ମୋରେ ସହିତ କଥାବାର୍ତ୍ତା ହେଉଥିଲେ ଏଥରୁ ଲାଗୁଥିଲା ଯେ ସତେ ଯେମିତି ମୋରେ ସହିତ ସେ ବର୍ଷ ବର୍ଷ ଧରି ରହୁଛନ୍ତି ।

ମଧ୍ୟ ପ୍ରଦେଶରେ ମଧ୍ୟ ସମାନ ଧରଣର ଘଟଣା ଘଟିଥିଲା

ଭାରତରେ ୨୦୧୭ରେ ମଧ୍ୟପ୍ରଦେଶର ହାବୁଆରେ ଏହି ଭଳି ଘଟଣା ସାମ୍ନାକୁ ଆସିଥିଲା । ରଙ୍ଗପୁରାରେ ୧୨୦ ପିଲାଙ୍କୁ ପଢାଯାଉଥିଲା ।ଏଥିରୁ ୩୯ ପିଲା ମୁକ ବଧିର ଥିଲେ। ଏହି ପିଲାମାନେ ମଧ୍ୟ ସାଧାରଣ ପିଲା ମାନଙ୍କ ମଧ୍ୟରେ ବସି ପାଠ ପଢୁଥିଲେ।। ଶିକ୍ଷକମାନେ ମଧ୍ୟ କେବେବି ସାଧାରଣ ପିଲା ଓ ମୁକ ବଧିର ପିଲା ମାନଙ୍କ ମଧ୍ୟରେ ପାତର ଅନ୍ତର କରିନଥିଲେ । ସାଥିରେ ପଢୁଥିବା ସାଧାରଣ ପିଲା ମାନେ ମଧ୍ୟ ଏମାନଙ୍କର ସାଙ୍ଗ ହୋଇ ଯାଇଥିଲେ ଓ ସାଂକେତିକ ଭାଷା ଶିଖି ଯାଇଥିଲେ। ଏହି ପିଲା ମାନେ ଆଜି ପର୍ଯ୍ୟନ୍ତ ସହପାଠି ମାନଙ୍କ ସହ ସାଂକେତିକ ଭାଷାରେ କଥାବାର୍ତ୍ତା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.