Tiktok ଭିଡିଓ ପାଇଁ ଟ୍ରୋଲ ହେଲେ ନେହା କକ୍କର, କହିଲେ ‘ଦିଦି ଆଜି କାନ୍ଦୁ ନାହାନ୍ତି’

ବଲିଉଡର ପ୍ରସିଦ୍ଧ ସିଙ୍ଗର ନେହା କକ୍କର ନିଜର ଗୀତ ସହିତ ଡ୍ୟାନ୍ସ ପାଇଁ ମଧ୍ୟ ବହୁତ ଚର୍ଚ୍ଚାରେ ରୁହନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ ନିଜ ଡ୍ୟାନ୍ସ ଭିଡିଓ ପୋଷ୍ଟେ କରନ୍ତି। ଏହି ଦିନରେ ସେ ଟିକଟକରେ ଲଗାତର ଭାବରେ ଭିଡିଓ ପୋଷ୍ଟ କରୁଛନ୍ତି। ନିକଟରେ ନେହା ଟିକଟକରେ ବନାଇଥିବା ଏକ ଭିଡିଓ ଇନଷ୍ଟଗ୍ରାମରେ ଶେୟାର କରିଛନ୍ତି। ନେହା ଶେୟାର କରିବା ସହିତ କ୍ୟାପସନ ମଧ୍ୟ ଲେଖିଛନ୍ତି,‘ସେଟ ମେରା ସିନ ହେ।’ ଏହି ଭିଡିଓକୁ ଲୋକ ବବହୁତ ଟ୍ରୋଲ କରୁଛନ୍ତି। ଭିଡିଓକୁ ବହୁତ ଭ୍ୟୁ ମଧ୍ୟ ମିଳିସାରିଛି। ୩୪ ଲକ୍ଷରୁ ଅଧିକ ଲୋକ ନେହାଙ୍କର ଏହି ଭିଡିଓର ମଜା ନେଇ ସାରିଲେଣି।

ନେହାଙ୍କୁ ଟ୍ରୋଲ କରୁଥିବା ବ୍ୟକ୍ତି ଅଜବ କମେଣ୍ଟସ କରୁଛନ୍ତି। କିଏ ତାଙ୍କ କପଡାକୁ ନେଇକି ତ ଆଉ କିଏ ତାଙ୍କର ଆକ୍ଟିଂକୁ ନେଇ ମଜାକ କରୁଛନ୍ତି। ନେହାଙ୍କର ଏହି ଭିଡିଓକୁ ଦେଖି ୟୁଜର ଲେଖିଛନ୍ତି-‘ଦିଦି ଆଜ ରୋଇ ନହିଁ।’ ସେହିଭଳି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ‘ଓଭରଆକ୍ଟିଂ କି ଦୁକାନ।’ ଅବଶ୍ୟ କିଛି ଲୋକ ନେହାଙ୍କର ଏପରି ଡ୍ୟାନ୍ସକୁ ବହୁତ ପ୍ରଶଂସା କରୁଛନ୍ତି। ତାଙ୍କ ସ୍ମାଇଲ ଏବଂ ତାଙ୍କ ଆକ୍ଟିଂ ମଧ୍ୟ ଲୋକ ବହୁତ ପ୍ରଶଂସା କରୁଛନ୍ତି।

ଜଣାଇବାକୁ ଚାହିଁବୁ ନେହା ଡ୍ୟାନ୍ସ କରୁଥିବା ସେହି ଗୀତକୁ ତାଙ୍କ ଭାଇ ଟୋନି କକ୍କର ଗାଇଛନ୍ତି ଏବଂ କମ୍ପୋଜ କରିଛନ୍ତି। ଏହା ଏବେ ଟ୍ରେଣ୍ଡ ଚାଲିଛି। ନେହାଙ୍କର ଏହି ଭିଡିଓ ବହୁତ ଚର୍ଚ୍ଚାରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.