+୨ ଫେଲ କିନ୍ତୁ ନିଜକୁ ଆଇପିଏସ ଅଫିସରର ପରିଚୟ ଦେଉଥିଲେ ଅଭୟ

ଆମେ ନକଲି ଜିନିଷ ବିଷୟରେ ଶୁଣିଛନ୍ତି। ବିଭିନ୍ନ ସାମଗ୍ରୀରେ ନକଲି ପ୍ରତି ସାବଧାନ ମଧ୍ୟ ଲେଖାଯାଇଥାଏ ଏବଂ ଯିଏ ବି ନକଲି ସାମଗ୍ରୀ ବିକ୍ରି କରୁଥିଲା ତାକୁ ପୁଲିସ ଚଢ଼ଉ କରି ଗିରଫ କରୁଥିଲା। କିନ୍ତୁ ଏବେ ନକଲି ଆଇପିଏସ ଅଫିସର ସାଜି ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିଛନ୍ତି ରାଜସ୍ଥାନ ଜୟପୁରର ଅଭୟ ମୀନା।

୨୦ ବର୍ଷୀୟ ଅଭୟ ମୀନାର ଚେହେରାକୁ ଦେଖିଲେ ଯିଏ କେହିବି ତାଙ୍କୁ ଜଣେ ସ୍ବାର୍ଟ ଏବଂ ଷ୍ଟାଇଲିଷ୍ଟ ଅଫିସର ବୋଲି ଭାବିବ। ସେ ସୋସିଆଲ ମିଡିଆରେ ନକଲି ପରିଚୟ ଦେଇ ଲୋକଙ୍କ ପାଇଁ ମୋଟିଭେସନାଲ ସ୍ପିକର ପାଲଟିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ କିଭଳି ପାସ କରିହେବ ସେ ବାବଦରେ ମଧ୍ୟ ଟିପ୍ସ ଦେଉଥିବା ଜଣାପଡ଼ିଛି।

policeଜଣେ ବ୍ୟକ୍ତି ଅଭୟଙ୍କ ପରିଚୟ ପତ୍ର ଦେଖିବା ପରେ ସନ୍ଦେହ ପ୍ରକାଶ କରିଥିଲେ। ଏହାପରେ ସେ ପୋଲିସକୁ ଏହି ବିଷୟରେ ସୂଚନା ଦେଇଥିଲେ। ଏହାପରେ ସ୍ପେଶାଲ ଅପରେସନ ଗ୍ରୁପ ଜୟପୁରର ଜଗତପୁର ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ଅଭୟକୁ ଗିରଫ କରିଛି। ଗିରଫ ବେଳେ ଅନେକ ଚାର୍ଜସିଟ୍ ଜବତ ହୋଇଛି।

ନ୍ୟାୟ ଦେବା ପାଇଁ କହି ସେ ଅନେକ ଲୋକଙ୍କୁ ପାଖରୁ ଟଙ୍କା ଆଦାୟ କରୁଥିବା ଜଣାପଡ଼ିଛି। ଏଥିରୁ ଉପାର୍ଜିତ ଟଙ୍କା ସାହାଯ୍ୟରେ ଅଭୟ ନିଜ ପ୍ରେମିକା ଯେ କି ଉତ୍ତରାଖଣ୍ଡର ଅଟନ୍ତି ତାଙ୍କ ସହିତ ଦାମୀ ହୋଟେଲ ଏବଂ ଆପାର୍ଟମେଣ୍ଟରେ ରହୁଥିବା ପୋଲିସ ଜାଣିବାକୁ ପାଇଛି। ଏବେ ପୋଲିସ ଅଭୟକୁ ପଚରା ଉଚରା କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.