Below header

ଆର୍ଥିକ ବର୍ଷର ପ୍ରଥମ ଦିନରେ ରେକର୍ଡ ସ୍ତର ଛୁଇଁଲା ସେନସେକ୍ସ

ମୁମ୍ବାଇ : ନୂଆ ଆର୍ଥିକ ବର୍ଷର ଆଜି ପ୍ରଥମ ଦିନଟି ସେୟାର ବଜାର ପାଇଁ ବେଶ୍‌ ଶୁଭ ଫଳ ଦେଇଛି । ପ୍ରଥମଥର ଲାଗି ଆଜି ସେନସେକ୍ସ ୩୯,୦୦୦ ପଏଣ୍ଟ ଅତିକ୍ରମ କରି ରେକର୍ଡ କରିଛି। ଆରମ୍ଭରୁ ସେନସେକ୍ସ ଓ ନିଫଟି ଉଭୟ ଭଲ କାରବାର କରିଥିଲେ । ସକାଳ ପ୍ରାୟ ସାଢ଼େ ୧୦ଟା ବେଳକୁ ସେନସେକ୍ସ ୩୯,୦୦୦ ପଏଣ୍ଟ ଟପି ଯାଇଥିଲା । ଅବଶ୍ୟ ପରେ ପୁଣି ଖସି ଆସି ୩୮୮୭୧ ପଏଣ୍ଟରେ ପହଞ୍ଚିଛି । ସେହିପରି ନିଫଟି ୧୧,୫୦୦ ପଏଣ୍ଟରୁ ଆରମ୍ଭ ହୋଇ ୧୧୬୬୯ରେ ପହଞ୍ଚିଛି ।

ଗତବର୍ଷ ଅଗଷ୍ଟ ମାସରେ ସେନସେକ୍ସ ୩୮, ୯୮୯ ପଏଣ୍ଟ୍ ଛୁଇଁ ରେକର୍ଡ କରିଥିଲା। ଆଜି ସେନ୍ସେକ୍ସ ଚାର୍ଟରେ ବେଦାନ୍ତ, ଟାଟା ଷ୍ଟିଲ୍, ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଏବଂ ଆଇସିଆଇସିଆଇ ବ୍ୟାଙ୍କ୍ ଏଥିରେ ଅଗ୍ରଣୀ ଭୂମିକା ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.