କବାବ ଖାଇବା ହେଲା କାଳ, ଚାଲିଗଲା ଯୁବକଙ୍କ ଜୀବନ : କଣ ଆପଣମାନେ ମଧ୍ୟ କରୁଛନ୍ତି ଏହି ଭୁଲ

କାର‌୍ୟ୍ୟବ୍ୟସ୍ତତା କାରଣରୁ ଆମ ଦୈନନ୍ଦିନ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ଏନେଇ ଘର ଖାଇବା ବଦଳରେ ଅନେକଙ୍କୁ ବାହାର ଅର୍ଥାତ ହୋଟେଲର ଖାଦ୍ୟ ଖାଇବାକୁ ପଡୁଛି। କିନ୍ତୁ ନିକଟରେ ଏକ ରେସ୍ତୋରାଁରେ କବାବ୍ ଖାଇବା ଜଣେ ୧୮ବର୍ଷର ଯୁବକକୁ ମହଙ୍ଗା ପଡିଛି। ଏପରକି କବାବ୍ କାରଣରୁ ତାଙ୍କର ଜୀବନ ମଧ୍ୟ ଚାଲିଯାଇଛି।

ଏକ ରିପୋର୍ଟରୁ ଜଣାପଡିଛି, ଫରିଦାବାଦରେ ରହୁଥିବା ଜଣେ ଯୁବକ ଏପରି ଏକ କବାବ ଖାଇଥିଲେ ଯାହା ଟେପବର୍ମ ଦ୍ବାରା ସଂକ୍ରମିତ ରହିଥିଲା। କବାବକୁ ଖାଇବା ପରେ ଯୁବକର ଶରୀରରେ ଟେପବର୍ମ ବିକଶିତ ହେବା ସହ ଅଙ୍ଗପ୍ରତ୍ୟଙ୍ଗ ଯାଏଁ ବଢ଼ିଯାଇଥିଲା। ଫଳରେ ତାଙ୍କୁ ତାଙ୍କର ଜୀବନ ହରାଇବାକୁ ପଡିଥିଲା। ଡାକ୍ତରଙ୍କ କହିବାନୁଯାୟୀ, ଆମେ ଯେତେବେଳେ ଏମଆରଆଇ ଏବଂ ଅଲଟ୍ରାସାଉଣ୍ଡ କରିଲୁ ସେତେବେଳେ ଯୁବକଙ୍କ ଶରୀରରେ ପାଖାପାଖି ୧୦୦୦ ଟେପବର୍ମ ସିଷ୍ଟ ମିଳିଥିଲା। ଏହି ରୋଗକୁ ସିଷ୍ଟସରକୋସିସ୍ କୁହାଯାଇଥାଏ। ଯଦି ଆପଣଙ୍କୁ ମଧ୍ୟ କବାବ ଖାଇବାକୁ ପସନ୍ଦ ରହିଛି ତେବେ ସାବଧାନ।

Kebabs

 

ଏପରି ବ୍ୟାପିଥାଏ ସଂକ୍ରମଣ

ଡାକ୍ତର କହିଛନ୍ତି, ଘୁଷୁରୀରୁ ଟେପବର୍ମ ବ୍ୟାକ୍ଟେରିଆ ତାଙ୍କ ମଳ ଜରୀଆରେ ବାହାରକୁ ବାହରିଯାଇଥାଏ। ଯାହା ଦ୍ବାରା ଜଳ ପ୍ରଦୂଷଣ ହୋଇଥାଏ। ଏହି ପାଣିର ସଂପର୍ଶରେ ଆସିଥିବା ଉଦ୍ଭଦ, ଜୀବ, ମାଛ ଆଜି ମଧ୍ୟ ଦୁଷିତ ଏବଂ ରୋଗଗ୍ରସ୍ତ ହୋଇଯାଇଥାନ୍ତି। ଯାହାଫଳରେ ତାହାର ସେବନ ମଣିଷ ଶରୀରରେ ସେହି ବ୍ୟାକ୍ଟେରିଆର ପ୍ରବେଶ କରାଇଥାଏ। ତେବେ କଞ୍ଚା ମାଛରେ ପ୍ରସ୍ତୁତ ହେଉଥିବା ଶୁଖିଲା ଖାଇବା ଗୁଡିକରେ ମଧ୍ୟ ଏହି ଭୟ ରହିଥାଏ। ଏହି ଟପବର୍ମ ଶରୀରରେ ପ୍ରବେଶ କରିବା ପରେ ଅନ୍ତନାଳରେ ବଢ଼ିବା ଆରମ୍ଭ କରିଥାଏ। ପରେ ରକ୍ତ ମାଧ୍ୟମରେ ଏହା ସଂପୂର୍ଣ୍ଣ ଶରୀରରେ ପହଞ୍ଚିଯାଇଥାଏ।

kabab

ଡାକ୍ତରଙ୍କ ଅନୁଯାୟୀ ଏହି ରୋଗର ଲକ୍ଷଣ ସଠିକ୍ ଭାବେ ଜଣାପଡିନଥାଏ। ରିସର୍ଚ୍ଚ ମୁତାବକ, ଆମେରିକା, ଏସିଆ ଏବଂ ଅଫ୍ରିକା ଆଦିରେ ୮୦ଲକ୍ଷରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି। ଏହି ରୋଗ ଦ୍ବାରା ମସ୍ତିଷ୍କ, ମେରୁଦଣ୍ଡ ହାଡରେ ପ୍ରଭାବ ପଡିଥାଏ। ଏହି ସିଷ୍ଟ ଗୁଡିକୁ ସଂପୂର୍ଣ୍ଣ ଶେଷ ହେବା ପାଇଁ ୬ମାସ ସମୟ ଲାଗିଥାଏ। ସେହିପରି କିଛି ମାମଲାରେ ସିଷ୍ଟ ଶେଷ ହୋଇଯାଇଥିଲେ ମଧ୍ୟ ଏହା ଦ୍ବାରା ହୋଇଥିବା କ୍ଷତି ଠିକ୍ ହୋଇନଥାଏ।

ଏହା କେବଳ ଯେ ମାଛ ମାଂସର ସେବନ ଦ୍ବାରା ବଢ଼ିଥାଏ ତାହା ନୁହଁ ପନିପରିବା ସେବନ ଦ୍ବାରା ମଧ୍ୟ ଏହି ରୋଗ ହେବାର ସମ୍ଭାବନା ରହିଥାଏ। ଏଣୁ କିଛି ମଧ୍ୟ ଖାଦ୍ୟ ଜିନିଷ ଖାଇବା ପୂର୍ବରୁ ତାହା ସଠିକ୍ ପ୍ରକ୍ରିୟାରେ ପ୍ରସ୍ତୁତ କି ନୁହଁ ତାହା ବିଷୟରେ ଜାଣି ରଖନ୍ତୁ।