Below header

ସେନସେକ୍ସ ଆକାଶଛୁଆଁ, ପ୍ରଥମ ଥର ପାଇଁ ୪୮ ହଜାର ପଏଣ୍ଟ ପାର କରି ଇତିହାସ ସୃଷ୍ଟି କଲା ସେୟାର ବଜାର

ନୂଆବର୍ଷରେ ଦୌଡୁଛି ସେନସେକ୍ସ । ପ୍ରଥମ ଥର ପାଇଁ ୪୮ ହଜାର ପଏଣ୍ଟ ପାର କରି ଇତିହାସ ସୃଷ୍ଟି କରିଛି ସେୟାର ବଜାର । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୨୪୧ ପଏଣ୍ଟ ବଢି ୪୮ ହଜାର ୧୦୯ ପାର କରିଛି । ସେହିପରି ୧୪ ହଜାର ଅଙ୍କ ଛୁଇଁଛି ନିଫଟି । ସବୁ ସେକ୍ଟରରେ ଭଲ କାରବାର ହୋଇଛି । BEML ସେୟାରରେ ୮ ପ୍ରତିଶତ ସହ ଆଇଟି ଏବଂ ପିଏସୟୁ ବ୍ୟାଙ୍କର ସେୟାରରେ ଏକ ପ୍ରତିଶତ ବୃଦ୍ଧି ହୋଇଛି ।

ସେରମ୍‌ ଉତ୍ପାଦିତ ଅକ୍ସଫୋର୍ଡ ଟିକା କୋଭିସିଲ୍‌ଡ ଓ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌କୁ ଡିସିଜିଆଇ ଅନୁମତି ପରେ ସେୟାର ବଜାର ଜମୁଛି । ଏପଟେ ଏସିଆ ସେୟାରରେ ବି ଜବରଦସ୍ତ କାରବାର ଦେଖିବାକୁ ମିଳିଛି । ଗତ ସପ୍ତାହରୁ ଦଲାଲ ବଜାର ସକ୍ରିୟ ରହିଛି । ବିଶେଷକରି ବିଦେଶୀ ନିବେଶକମାନେ ଭାରତୀୟ ସେୟାର କିଣୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.