କମିଶନରେଟ ପୋଲିସର ‘ବସ୍ତିକୁ ଚାଲ’ ଅଭିଯାନ, ଅପରାଧ କମାଇବା ପାଇଁ ପୋଲିସର ଇନଫରମର ସାଜିବେ ବସ୍ତି ପିଲା

କେନ୍ୟୁଜ୍(ବ୍ୟୁରୋ): ନୂଆବର୍ଷରେ ନୂଆ ଯୋଜନା । କମିଶନରେଟ ପୋଲିସର ବସ୍ତିକୁ ଚାଲ ଅଭିଯାନ । ରାଜଧାନୀ ଭୁବନେଶ୍ୱରରେ ବସ୍ତିରେ ଅପରାଧିକ କାର୍ଯ୍ୟକଳାପ ବଡୁଛି ।

ବାହାର ରାଜ୍ୟରୁ ଆସି ଅପରାଧୀ ବସ୍ତିରେ ରହୁଛନ୍ତି । ଆଉ ଅପରାଧ ଘଟାଇବା ପରେ ଫେରାର ହୋଇଯାଉଛନ୍ତି । ବିଗତ ଦିନରେ ଏପରି କିଛି ଘଟଣା ଘଟିଛି । ଏଥିପାଇଁ ବସ୍ତି ଉପରେ ନଜର ରଖିବ ପୋଲିସ ।

 ସପ୍ତାହକୁ ଗୋଟିଏ ବସ୍ତିରେ ମିଟିଂ ହେବ । ବସ୍ତିର କିଛି ପିଲା ପୋଲିସର ସହାୟତା ପାଇଁ କାମ କରିବେ । ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ଏଭଳି ଯୋଜନା କରିଥିବା ଡିସିପି ଉମାଶଙ୍କର ଦାଶ କହିଛନ୍ତି । ସେହିପରି ଭଡ଼ାଟିଆଙ୍କ ସଂପର୍କରେ ପ୍ରମାଣପତ୍ର ରଖିବାକୁ ଘର ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.