ଚୀନ ରାଷ୍ଟ୍ରପତିଙ୍କ ବିଷୟରେ ଆଲୋଚନା କରିବା ପଡ଼ିଲା ମହଙ୍ଗା , ୨ ମାସ ହେଲା ନିଖୋଜ ଅଛନ୍ତି ଅଲିବାବା ମାଲିକ ଜାକ ମା’

ନିଖୋଜ ଅଛନ୍ତି ଚୀନର ସବୁଠୁ ଧନୀ ତଥା ଅରବପତି ଜାକ ମା’। ଆଣ୍ଟ ଗ୍ରୁପ ଓ ଆଲିବାବାର ସହ ପ୍ରତିଷ୍ଠାତା ଜାକ ମା’ଙ୍କ କୌଣସି ଖୋଜଖବର ନାହିଁ। ଦୁଇ ମାସ ହେଲା ସେ ସର୍ବସାଧାରଣକୁ ଆସୁନାହାନ୍ତି । ସେହିପରି ନିଜର ସୋ ଆଫ୍ରିକ୍‌ସ ବିଜ୍‌ନେସ ହିରୋ ଫାଇନାଲ ଏପିସୋଡରେ ଜଜ୍‌ ଭାବେ ମଧ୍ୟ ନଜର ଆସିନାହାନ୍ତି । ଏହାକୁ ନେଇ ସୁଦକ୍ଷ ବକ୍ତା ଜାକ ମା ନିଖୋଜ ଥିବା ଚର୍ଚ୍ଚା ଜୋର ଧରୁଛି ।

ଚାଇନିଜ ନିୟାମକ ଚଢ଼ାଉ ଅଭିଯାନକୁ ଜୋରଦାର କରିବା ପରେ ତାଙ୍କର ଆଉ ପତ୍ତା ମିଳୁନାହିଁ । ସେ ଚୀନ ରାଷ୍ଟ୍ରପତିଙ୍କ ରୋଷର ଶିକାର ହୋଇଥିବା କୁହାଯାଉଛି । ଗତ ନଭେମ୍ବରରେ ଆଣ୍ଟ ଗ୍ରୁପର ଇନିସିଆଲ ପବ୍ଲିକ ଅର୍ଡର-IPO ସସପେଣ୍ଡ କରାଯାଇଥିଲା । ଏହାପରେ ଜାକ ମା’ ଆଉ ସର୍ବସାଧାରଣକୁ ଆସିନାହାନ୍ତି । ତାଙ୍କୁ ଦେଶ ଛାଡ଼ି ନଯିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.