କରୋନା ଯୋଗୁ ବଦଳିଲା ବ୍ୟାଙ୍କ ସମୟ, ଏବେ କିଛି କାମ ଥିଲେ ଏହି ୪ ଘଣ୍ଟା ମଧ୍ୟରେ ହିଁ କରିପାରିବେ

କରୋନା ମହାମାରୀ ଯୋଗୁ ସମସ୍ତଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବ୍ୟାଙ୍କ କାର୍ଯ୍ୟ ମଧ୍ୟ ଏହି ଭାଇରସ ଯୋଗୁ ବାଧାପ୍ରାପ୍ତ ହୋଇଛି। କରୋନା ମହାମାରୀ ପ୍ରକୋପରୁ ମୁକ୍ତି ପାଇବାକୁ ଏସବିଆଇ ନିଜ ବ୍ୟାଙ୍କ କାର୍ଯ୍ୟ ସମୟକୁ ପରିବର୍ତ୍ତନ କରିଛି। SBI ଶାଖାର ସମୟ ଏବେ ବଦଳିଯାଇଛି।

ଏସବିଆଇ ନିଜ ଶାଖାର କାର୍ଯ୍ୟ ସମୟ ଦିନ ୧୦ରୁ ଅପରାହ୍ନ ୨ଟା କରିଦେଇଛି। ଅର୍ଥାତ ଏବେ ମାତ୍ର ୪ ଘଣ୍ଟା ପାଇଁ ହିଁ ବ୍ୟାଙ୍କ ଖୋଲାରହିବ। ଏହି ସମୟ ମଧ୍ୟରେ ନିଜ ନିଜ କାମ କରିନେବାକୁ ବ୍ୟାଙ୍କ ତରଫରୁ କୁହାଯାଇଛି। ଏଥିସହ ଗ୍ରାହକ ନିଜ ଅଧିକାଂଶ କାମ ଅନଲାଇନରେ କରିବାକୁ ପରାମର୍ଶ ଦେଇଛି ବ୍ୟାଙ୍କ। ବ୍ୟାଙ୍କ କହିଛି ଯେ କରୋନାର ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଏବେ SLBC ଗାଇଡଲାଇନର ପାଳନ କରୁଛି।


ବ୍ୟାଙ୍କରେ ଏବେ କେବଳ ଏହି ୪ଟି କାମ ହିଁ ହେବ:
୧. ଟଙ୍କା ଜମା କରିବା ଓ ଉଠାଇବା
୨. ଚେକ୍ କ୍ଲିୟରିଂ
୩. ଡ୍ରାଫ୍ଟ, RTGS ଓ NEFT ସହ ଜଡ଼ିତ କାମ
୪. ସରକାରୀ ଚାଲାଣ ସହ ଜଡ଼ିତ କାମ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.