ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଦରମା ଆଧାରରେ ପେନସନ ଦେବାକୁ ଇପିଏଫଓକୁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ : ବେସରକାରୀ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ଖବର । ବଢ଼ିବ ଇପିଏଫ୍‌ଓ ପେନ୍‌ସନ୍‌ । ସୋମବାର ଦିନ ସୁପ୍ରିମକୋର୍ଟ ଏହି ବଡ଼ ଫଇସଲା ଶୁଣାଇଛନ୍ତି । ବେସରକାରୀ କାର୍ଯ୍ୟାଳୟମାନଙ୍କରେ କାମ କରୁଥିବା କର୍ମଚାରୀ ଏବେ ପେନ୍‌ସନ୍‌ ପାଇବେ ଦରମା ଆଧାରରେ । ଏବେ ସର୍ବାଧିକ ୧୫ ହଜାର ଟଙ୍କା ଅଂଶଦାନ ହିସାବରେ କର୍ମଚାରୀଙ୍କୁ ପେନସନ ମିଳୁ । ଯାହା ଫଳରେ କର୍ମଚାରୀଙ୍କ ପେନ୍‌ସନ୍‌ ସେମାନଙ୍କ ଚାକିରୀ ବର୍ଷ ହିସାବରେ ବେଶ୍‌ କେଇ ଗୁଣ ବଢ଼ିଯିବ। କର୍ମଚାରୀ ଭବିଷ୍ୟ ନିଧି ସଂସ୍ଥା ବା ଇପିଏଫଓକୁ କେରଳ ହାଇକୋର୍ଟ ସମସ୍ତ ଅବସର ପ୍ରାପ୍ତ ବେସରକାରୀ କର୍ମଚାରୀଙ୍କୁ ଦରମା ଆଧାରରେ ପେନ୍‌ସନ୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ରାୟ ବିରୋଧରେ ଇପିଏଫ୍‌ଓ ସୁପ୍ରିମ କୋର୍ଟରେ ଆବେଦନ କରିଥିଲା । ଯାହାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

pension

ବର୍ତ୍ତମାନ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଦ୍ୱାରା ଜମା କରାଯାଇଥିବା ଟଙ୍କା ଉପରେ ଇପିଏଫ୍‌ଓ ପେନସନ ନିର୍ଦ୍ଧାରିତ କରୁଥିଲା। ଯେଉଁଥିରେ କର୍ମଚାରୀଙ୍କ ପେନ୍‌ସନ୍‌ ସର୍ବାଧିକ ୧୫ ହଜାର ଟଙ୍କା ରହୁଥିଲା। ଏବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଥିରେ ପରିବର୍ତ୍ତନ ହେବ । ଯାହା ଫଳରେ କର୍ମଚାରୀଙ୍କୁ ଅବସରର ଶେଷ ୫ବର୍ଷର ଦରମାକୁ ଆଧାର କରି ପେନସନ ଦିଆଯିବ ବୋଲି କୁହାଯାଇଛି।

rupees

ଉଦାହରଣ ସ୍ୱରୂପ ୩୩ ବର୍ଷର ଜଣେ ଚାକିରିଆ ଅବସର ବେଳକୁ ଯଦି ୫୦ ହଜାର ଟଙ୍କା ଦରମା ପାଉଥିବେ ତେବେ ତାଙ୍କର ମାସିକ ପେନ୍‌ସନ୍‌ ହେବ ୨୫ ହଜାର ଟଙ୍କା । ଯଦି ସେ ୩୦ ବର୍ଷ ଚାକିରି କରିଥିବେ ତେବେ ପାଇବେ ୨୨,୮୫୭ ଟଙ୍କା । ସେହିଭଳି ୨୫ ବର୍ଷ ଚାକିରିଆଙ୍କୁ ୧୯,୨୨୫, ୨୦ ବର୍ଷର ଚାକିରିଆଙ୍କୁ ୧୪,୨୮୫ ଟଙ୍କାର ମାସିକ ପେନସନ୍‌ ମିଳିବ । ମାସକୁ ୧ ଲକ୍ଷ ଟଙ୍କା ଦରମା ପାଉଥିବା ବ୍ୟକ୍ତିର ଯଦି ୩୩ ବର୍ଷ ଧରି ପ୍ରୋଭିଡେଣ୍ଟ ଫଣ୍ଡ କଟି ଥାଏ ତେବେ ଅବସର ପରେ ସେ ମାସିକ ୫୦ ହଜାର ଟଙ୍କା ପେନସନ୍‌ ପାଇବେ ।
ଏହି ମାମଲା ଅନେକ ଦିନ ଧରି କୋର୍ଟଙ୍କ ଅଧୀନରେ ଚାଲିଥିଲା । ବିଭିନ୍ନ ରାଜ୍ୟର ହାଇକୋର୍ଟ ମଧ୍ୟ କର୍ମଚାରୀଙ୍କ ସପକ୍ଷରେ ରାୟ ଦେଇ ଦରମା ଆଧାରରେ ପେନ୍‌ସନ୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସୁପ୍ରିମ କୋର୍ଟଙ୍କ ଏହି ରାୟ ପରେ ଦୀର୍ଘ ଦିନ ଧରି ଚାଲି ଆସିଥିବା ଏହି ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ମଧ୍ୟ ଖୁସିର ଲହରୀ ଖେଳି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.